Senior JSW Officials visit Project site in Jagatsinghpur

0
528

By Our Correspondent

PARADIP/BHUBANESWAR:  Senior officials on Tuesday visited the proposed JSW Project area in Dhinkia Nuagaon and Gadkujang under Ersama tehsil near Paradip.

The company’s chief executive officer (CEO),Ranjan Naik, JSW mines chief BRK Padhi, human resources chief Sreejit Mishra, Paradip project chief Subrata Sahu visited the proposed areas of Mahal, Patna and Gobindpur villages. 

They discussed with some members of Maa Mangala forest committee of Gobindpur village and of Akhandalmani forest committee who requested for proper valuation of fruit bearing and other trees in the area and provision of employment opportunities for the local people In addition, the senior officials discussed with the people how to speed up the betel vines survey and demolition work as well as other construction works.

 It may be recalled that the construction of the boundary wall from Patna to Gobindpur has started for the project. Betel vine survey and demolition work continues in Patna and Mahal villages.  To date, 257 beneficiaries have been provided with financial assistance of over Rs 6 crore. 

In addition, the old 111 betel vine beneficiaries of Gobindpur village have been paid Rs 94lakh as arrears. Land acquisition for the project is going on with the cooperation of the local people. The top officials of the company, besides discussing with the local people ,examined the geographical features of the proposed area.

Also read in Odia.ପାରାଦୀପ ନିକଟସ୍ଥ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ଠାରେ ହେବାକୁ ଥିବା ପ୍ରସ୍ତାବିତ ଜେ ଏସ ଡ ବ୍ଲୁ ପ୍ରକଳ୍ପ ଅଞ୍ଚଳକୁ ଆଜି କମ୍ପାନୀର ଅଧିକାରୀ ମାନେ ଗସ୍ତ କରିଥିଲେ।

କମ୍ପାନୀର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ ନାଏକ,ଜେ ଏସ ଡ ବ୍ଲୁ ଖଣି ମୁଖ୍ୟ ବି ଆର କେ ପାଢ଼ୀ,ମାନବ ସମ୍ବଳ ମୁଖ୍ୟ ଶ୍ରୀଜିତ ମିଶ୍ର, ପାରାଦୀପ ପ୍ରକଳ୍ପର ମୁଖ୍ୟ ସୁବ୍ରତ ସାହୁ ପ୍ରମୁଖ ପ୍ରସ୍ତାବିତ ଅଞ୍ଚଳର ମାହାଳ, ପାଟଣା ଓ ଗୋବିନ୍ଦପୁର ଗାଁ ଗସ୍ତ କରିଥିଲେ। ଗୋବିନ୍ଦପୁର ଗାଁର ମା ମଙ୍ଗଳା ଜଙ୍ଗଲ କମିଟି ସହିତ ଆଲୋଚନା କରିବା ସହିତ ଆଖଣ୍ଡଳମଣି ଜଙ୍ଗଲ କମିଟିର କିଛି ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ।

 ବିଶେଷ କରି ଗାଁ ମାନଙ୍କରେ ଯେଉଁ ସବୁ ଜଙ୍ଗଲ କମିଟିର ଫଳନ୍ତି ବୃକ୍ଷ ଓ ଅନ୍ୟାନ୍ୟ ଗଛ ରହିଛି ତାର ସଠିକ ମୂଲ୍ୟାୟନ କରାଯାଉ ଓ ଲୋକମାନଙ୍କ ଜୀବିକା ଯାଉଥିବା ବେଳେ ସେମାନଙ୍କ ରୋଜଗାର ଉପାୟ ଯୋଗାଇ ଦେବାକୁ ଦାବି କରିଥିଲେ। ଏଥି ସହିତ ଖୁବ ଶୀଘ୍ର ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହିତ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କିଭଳି ଆଗକୁ ବଢ଼ିବ ସେ ନେଇ ବରିଷ୍ଠ ଅଧିକାରୀ ମାନେ ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ। ଅପରପକ୍ଷରେ ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ପାଟଣାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅପରପକ୍ଷରେ ଆଜି ମଧ୍ୟ ପାଟଣା ଓ ମାହାଳ ଗାଁରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଜାରି ରହିଛି। ଆଜି ସୁଦ୍ଧା ୨୫୭ ଜଣ ହିତାଧିକାରୀଙ୍କୁ ୬ କୋଟି ୪୬ ଲକ୍ଷରୁ ଉର୍ଦ୍ଧ ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏଥି ସହିତ ଗୋବିନ୍ଦପୁର ଗାଁର ପୁରୁଣା ୧୧୧ ଜଣ ପାନବରଜ ହିତାଧିକାରୀଙ୍କୁ ୯୪ ଲକ୍ଷ ଟଙ୍କା ବକେୟା ଅର୍ଥ ପ୍ରଦାନ କରାଯାଇଛି।ଗତ ଦୁଇ ଦିନ ହେବ ପ୍ରସ୍ତାବିତ ଅଞ୍ଚଳରେ ଲୋକଙ୍କ ସହମତି ବଢୁଥିବାରୁ ସେମାନଙ୍କ ସହଯୋଗରେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆଗେଇ ଚାଲିଛି। ଆଜି ଜେ ଏସ ଡ ବ୍ଲୁ କମ୍ପାନୀ ପକ୍ଷରୁ ବହୁ ବରିଷ୍ଠ ଅଧିକାରୀ ପ୍ରସ୍ତାବିତ ଅଞ୍ଚଳ ବୁଲି ଲୋକଙ୍କ ସହିତ ଆଲୋଚନା କରିବା ସହିତ ଭୈଗଳିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

LEAVE A REPLY

Please enter your comment!
Please enter your name here