By Our Correspondent
BHUBANESWAR: ୧୦ମ ଓ ୧୨ଶ ଶ୍ରେଣୀ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ପରୀକ୍ଷାରେ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ School and Mass Education ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ପ୍ରଦତ୍ତ ସୁବିଧା ସମ୍ପର୍କିତ ଏକ ସୂଚନା ପୁସ୍ତିକାକୁ ପ୍ରମୁଖ ଶାସନ ସଚିବ ଉନ୍ମୋଚନ କରିଥିଲେ।
ଆଗାମୀ ଦିନରେ ଅଧିକ ସଂଖ୍ୟକ ଭିନ୍ନକ୍ଷମ ପରୀକ୍ଷାର୍ଥୀ କିଭଳି ଏହି ସୁବିଧାସୁଯୋଗ ପାଇପାରିବେ, ସେଥିପାଇଁ ପଦକ୍ଷେପ ନେବାକୁ ବୈଠକରେ ପ୍ରମୁଖ ଶାସନ ସଚିବ ଗୁରୁତ୍ବାରୋପ କରିଥିଲେ।
ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ସହାୟକ ଲେଖାଳି, ଏକ ଘଣ୍ଟାର ପରୀକ୍ଷା ସମୟ ଅବଧି ପାଇଁ ଅତିରିକ୍ତ ୨୦ ମିନିଟ, ଶ୍ରବଣ ବାଧିତଙ୍କ ନିମନ୍ତେ ୨ୟ ଭାଷା SEP ଓ ୩ୟ ଭାଷା ଭାବେ ଭିଜୁଆଲ ଆର୍ଟ ଚୟନ କରିବାର ବିକଳ୍ପ ବ୍ୟବସ୍ଥା ତଥା ଶତକଡା ୫୦ ଭାଗ ପର୍ଯ୍ୟନ୍ତ ଶ୍ରେଣୀ ଉପସ୍ଥାନରେ କୋହଳ ଭଳି ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି।