Saheednagar PS Case No.257/2022, U/S-457/380 IPC, 2 accused convicted

0
469
Accused persons: SANTOSH BEHERA & SURENDRA NAYAK

By Biswanath Dash

BHUBANESWAR:   Saheednagar PS Case No.257/2022, U/S-457/380 IPC. ଭୁବନେଶ୍ବର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୩ ର ବିଚାରପତି ପୂଜା ଜୈନ ସହୀଦନଗର ଥାନାର ଏକ ଚୋରୀ କେସ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତ ସନ୍ତୋଷ ବେହେରା ଓ ସୁରେନ୍ଦ୍ର ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇଛନ୍ତି ।

 ଘଟଣାର ଅନ୍ତରାଳେ:

ଶହୀଦ ନଗର ଥାନା କେସ ନମ୍ବର-୨୫୭/୨୦୨୨, ଦଫା-୪୫୭/୩୮୦ଆଇପିସି: ଗତ ତା.୦୫.୦୬.୨୦୨୨ ରିଖ ମଧ୍ୟ ରାତ୍ରରେ ନିମ୍ନ ଅଭିଯୁକ୍ତ ମାନେ ଭିଏସଏସ ନଗର ଅନ୍ତର୍ଗତ ପ୍ଲଟ ନମ୍ବର-  ଭିଏମ-୧୦ ରେ ଥିବା ଘରର ଗ୍ରିଲ ଡେଇଁ ଅଭିଯୋଗକାରୀ ଶୋଇଥିବା ଘରକୁ ବାହାର ପଟୁ ଲକ କରି ଆଲମୀରା ଭିତରେ ଥିବା ୨୦୦ ଗ୍ରାମ ଓଜନର ସୁନା ଗହଣା, ୫୦,୦୦୦ ଟଙ୍କା ଏବଂ ଅନ୍ୟାନ୍ୟ ମୁଲ୍ୟବାନ କାଗଜ ପତ୍ର ଥିବା ଏକ ଆଟାଚି ଚୋରିକରି ନେଇଯାଇଥିବା ନେଇ ଅଭିଯୋଗକାରୀ ଜଣକ ଶହୀଦନଗର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ରେ ମାମଲା ପଞ୍ଜୀକରଣ ହୋଇଥିବା ବେଳେ ତଦନ୍ତ ଭାର ଥାନାର ସବ-ଇନ୍ସପେକ୍ଟର ଶ୍ରୀ ପ୍ରିୟବ୍ରତ ପ୍ରଧାନଙ୍କୁ ଦିଆଯାଇଥିଲା । ଏହି ଆସାମୀମାନେ ଭୁବନେଶ୍ଵରରେ ଏକାଧିକ ମାମଲାରେ ଜଡ଼ିତ ଥିଲେ। ଚନ୍ଦକା  ଥାନାର ତତ୍କାଳୀନ  ସବଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ ଦୁଇ ଅଭିଯୁକ୍ତ ସନ୍ତୋଷ ବେହେରା ଓ ସୁରେନ୍ଦ୍ର ନାୟକଙ୍କୁ ତୁରନ୍ତ ଗିରଫ କରିବାରେ ସକ୍ଷମ ହୋଇଥିଲେ ଓ  ସହୀଦନଗର ଥାନାର ସବ-ଇନ୍ସପେକ୍ଟର ଶ୍ରୀ ପ୍ରିୟବ୍ରତ ପ୍ରଧାନ ଉପରୋକ୍ତ ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଏହି ମାମଲା ଗୁଡିକରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ସନ୍ତୋଷ ବେହେରା ଓ ସୁରେନ୍ଦ୍ର ନାୟକଙ୍କୁ ଏହି ମୋକଦ୍ଦମାରେ ରିମାଣ୍ଡ ଆଣିବାରେ ସକ୍ଷମ ହୋଇଥିଲେ ଓ ତଦନ୍ତ ଶେଷ କରିଥିଲେ ।

ଆଜି ମାନ୍ୟବର ଅଦାଲତ ସାକ୍ଷୀ ମାନଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସର୍ବାଧିକ ୨ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହିତ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀଯୁକ୍ତ କଳ୍ପତରୁ ସାହୁ ଏବଂ ଶ୍ରୀଯୁକ୍ତ ସରୋଜ ସ୍ବାଇଁ ପରିଚାଳନା କରିଥିଲେ ।

ଏହା ପୂର୍ବରୁ ଇରାନୀ ଗ୍ୟାଙ୍ଗ  ୪ଟି, ବାୱରିୟା ଗ୍ୟାଙ୍ଗ ଗୋଟିଏ  ଓ ଗାଡି କାଚଭାଙ୍ଗି ଲୁଟ କରୁଥିବା ଗ୍ୟାଙ୍ଗ ୩ଟି ମାମଲାରେ ଅଦାଲତଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇସାରିଥିବା ବେଳେ, ଓ କଛା ଗ୍ୟାଙ୍ଗର ଶୁଣାଣୀ ପ୍ରକ୍ରିୟା ବର୍ତ୍ତମାନ ଅଦାଲତରେ ଚାଲୁରହିଛି ।  ଇତିମଧ୍ୟରେ ସ୍ଥାନୀୟ ଅପରାଧୀ ସଞ୍ଜୟ ନିଶଙ୍କ, ଅଲି ଅଜମ , ରଞ୍ଜନ ପ୍ରଧାନ, ଚନ୍ଦନ ନାୟକ, ପ୍ରଶାନ୍ତ ଘଡେଇ, ସିମାଞ୍ଚଳ ସୁବୁଦ୍ଧିଙ୍କୁ ମଧ୍ୟ ସଜା ହୋଇସାରିଛି।

ଏହି ବର୍ଷ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ତରଫରୁ ଉପରୋକ୍ତ କେସକୁ ମିଶାଇ ସମୁଦାୟ ୬୨ଟି ମାମଲାରେ ଶୁଣାଣି ସାରି ଦୋଷୀମାନଙ୍କୁ ସଜା ଦିଆଯାଇସାରିଛି । ଭୁବନେଶ୍ବର ସହରାଞ୍ଚଳରେ ଘଟୁଥିବା ସମ୍ପତ୍ତିଗତ ମାମଲାରେ ଏହିଭଳି ସଫଳ ତଦନ୍ତ ପ୍ରକ୍ରିୟା ଯୋଗୁଁ ନ୍ୟାୟାଳୟଙ୍କ ତ୍ଵରିତ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଅଧିକରୁ ଅଧିକ କ୍ରିୟାଶୀଳ ହେବ।

Accused persons: SANTOSH BEHERA & SURENDRA NAYAK

LEAVE A REPLY

Please enter your comment!
Please enter your name here