Saheednagar PS Case No-181, accused arrested

0
391
Rama Krushna Panda (30), S/O- Late Dukhishyam Panda, At- Khulada, PS- Bhanjanagar, Dist- Ganjam.

By Biswanath Dash

BHUBANESWAR:  Saheednagar PS Case No.181, dtd.11.05.2023, U/s- 379 IPC.PO: PS- Saheednagar, BBSR UPD.

Gist of the FIR:

ଗତ ତା.୧୧.୦୫.୨୦୨୩ ରିଖରେ ଅଭିଯୋଗକାରୀ ଶ୍ରୀ ସଞ୍ଜିତ କୁମାର ମହାନ୍ତିଙ୍କ ଅଭିଯୋଗ ଆଧାରରେ ଶହୀଦନଗର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଏକ କନଷ୍ଟ୍ରକ୍ସନ ବ୍ୟବସାୟ ଚଲାନ୍ତି । ନିମ୍ନୋକ୍ତ ଅଭିଯୁକ୍ତ ଗତ ୩ବର୍ଷ ହେବ ତାଙ୍କ ଅଧୀନରେ କାର୍ଯ୍ୟକରି ଆସୁଥିଲେ । ତାଙ୍କ ଅଧୀନରେ କାମ କରୁଥିବା ମଧ୍ୟରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ନିକଟରୁ ପ୍ରାୟ ୩,୦୦୦୦୦ ଟଙ୍କା ହାତଉଧାରୀ ନେଇଥିଲେ । ଅଭିଯୋଗକାରୀ ଜଣକ ଧାର ଟଙ୍କା ଫେରାଇବା ଲାଗି କହିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ଆଉ ଦେଖାଦେଇନଥିଲେ । ଗତ ତା.୦୭.୦୧.୨୦୨୩ ରିଖ ଦିନ ଅଭିଯୋଗକାରୀ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଦେଖା କରି ଟଙ୍କା ମାଗିବାରୁ, ଅଭିଯୁକ୍ତ ତାଙ୍କୁ ତାଙ୍କ ସ୍କୁଟି ମାଗିବା ସହିତ ସେହିଠାରେ ଅପେକ୍ଷା କରିବା ପାଇଁ କହି ଅଭିଯୋଗକାରୀଙ୍କ ସ୍କୁଟି ନେଇ ଟଙ୍କା ଆଣିବା ପାଇଁ ସେଠାରୁ ଚାଲି ଯାଇଥିଲେ ।

ଅଭିଯୋଗକାରୀ ସେଠାରେ ୪ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଅଭିଯୁକ୍ତ ଆଉ ନଫେରିବାରୁ ସେ ତାଙ୍କ ମୋବାଇଲକୁ କଲ କରି ତାହା ସ୍ଵିଚଅଫ ଥିବା ଜାଣିବାକୁ ପାଇଥିଲେ । ତାପରଦିନ ଫୋନ କରିବାରୁ, ଅଭିଯୁକ୍ତ ଫୋନ ଉଠାଇ ଅସୁସ୍ଥ ଥିବା କଥା କହି ପରେ ସ୍କୁଟି ଫେରାଇବେ ବୋଲି କହିଥିଲେ ମଧ୍ୟ ଗତ ୩ ମାସରୁ ଅଧିକ କାଳ  ହେବ ସ୍କୁଟି ଫେରାଇନଥିଲେ କି ନେଇଥିବା ଧାର ଟଙ୍କା ମଧ୍ୟ ଫେରାଇ ନଥିବା ଅଭିଯୋଗକାରୀ ଥାନାରେ ଅଭିଯୋଗ କରଥିଲେ ।

ଘଟଣାର ଅଭିଯୋଗ ପରେ ଶହୀଦନଗର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ନିଜ ଗାଁ ଖୁଲଦାରେ ଥିବା କଥା ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ଏହି ସୂଚନା ପାଇବା ପରେ ପୁଲିସ ଅଭିଯୁକ୍ତଙ୍କ ଗାଁରେ ଥିବା ଘର ଉପରେ ଚଢଉ କରି ତାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଚୋରୀଯାଇଥିବା OD-02-BU-6810 ନମ୍ବର ବିଶିଷ୍ଟ ଏକ ହୀରୋ ପ୍ଳିଜର ସ୍କୁଟିକୁ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

Rama Krushna Panda (30), S/O- Late Dukhishyam Panda, At- Khulada, PS- Bhanjanagar, Dist- Ganjam.

Article Seized: One Hero Pleasure Scooty, bearing Regd. No. OD-02-BU-6810.

LEAVE A REPLY

Please enter your comment!
Please enter your name here