Saheednagar PS arrested 1 accused

0
345

By Biswanath Dash

BHUBANESWAR: Ref: Saheednagar PS. Case No- 04, dtd.03.01.2023, U/S-365/392/506/34 IPC.PO:   IDBI Square, PS- Saheednagar, BBSR UPD.

Gist of the FIR:

ଅଭିଯୋଗକାରୀ ଶ୍ରୀ ଦିଲୀପ କୁମାର ବାରିକଙ୍କ ଅଭିଯୋଗ କ୍ରମେ ସହୀଦନଗର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରିବା ସହିତ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ବିଗତ ୨୦ବର୍ଷ ହେବ ସହୀଦନଗର ଥାନା ଅଞ୍ଚଳରେ ରହିବା ସହିତ “ଡ୍ରାଇ ଡକ ଡ୍ରାଇ କ୍ଲିନ” ର ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଘଟଣା ଦିନ ସେ ଗାଁକୁ ଯିବାଲାଗି ଆଇଡିବିଆଇ ଛକ ନିକଟରେ ବସକୁ ଅପେକ୍ଷା କରିଥିବା ସମୟରେ ଏକ ଧଳା ରଙ୍ଗର ମାରୁତି ଏରଟିଗା କାର ଆସି ତାଙ୍କ ପାଖରେ ରହିଥିଲା, ଯେଉଁଥିରେ କି, ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହିତ ଅନ୍ୟ ସହଯୋଗୀ ମାନେ ଥିଲେ ।

ଅଭିଯୋଗକାରୀ ଜଣକ ଡ୍ରାଇଭରଙ୍କୁ କଟକ ଯିବେକି ବୋଲି ପଚାରିବାରୁ ଡ୍ରାଇଭର ଜଣକ ସମ୍ମତି ଜଣାଇଥିଲେ, ଏଣୁ ଅଭିଯୋଗକାରୀ ଜଣକ କାରରେ ବସିଥିଲେ । ଭିତରେ ବସିଥିବା ନିମ୍ନୋକ୍ତ ଅଭିଯୁକ୍ତ ଏବଂ ଅନ୍ୟମାନେ କାରକୁ କଟକ ଅଭିମୁଖେ ନନେଇ ରୂପାଲୀ ଛକରେ ଥିବା ବିଏସଏନଏଲ ଅଫିସ ନିକଟକୁ ନେଇ ସେଠାରେ ଏକ ଛୁରୀ ଦେଖାଇ ଅଭିଯୋଗକାରୀଙ୍କୁ ଡରାଇବା ସହିତ ନାନାପ୍ରକାର ଧମକ ଦେଇଥିଲେ, ଏବଂ ପାଖରେ ଥିବା ୧୨୦୦ଟଙ୍କା ସହିତ ଅନ୍ୟାନ୍ୟ ସାମଗ୍ରୀ ବଳପୂର୍ବକ ଛଡାଇ ନେଇଯାଇଥିଲେ ।

ଘଟଣାର ଅଭିଯୋଗ ପରେ ଶହୀଦନଗର ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ମାମଲାରେ ବ୍ୟବହୃତ କାରର ନମ୍ବର ପ୍ଲେଟରୁ ସମ୍ପୃକ୍ତ ଗାଡିଟି ନିମ୍ନୋକ୍ତ ଅଭିଯୁକ୍ତଙ୍କ ନାମରେ ଥିବା ଜଣା ପଡିଥିଲା। ସମ୍ପୃକ୍ତ ମାଲିକାନା ଯାଞ୍ଚ ସମୟରେ ମିଳିଥିବା ତଥ୍ୟକୁ ଆଧାର କରି ସହୀଦନଗର ଥାନା ପୁଲିସ ଗଜପତି ନଗର ଅଞ୍ଚଳରେ ଚଢଉ କରି ନିମ୍ନୋକ୍ତ ଗାଡି ମାଲିକଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ସମ୍ପୃକ୍ତ କାର, ଏବଂ ଅଭିଯୋଗକାରୀଙ୍କ ନିକଟରୁ ଛିନତାଇ ହୋଇଥିବା ଅନ୍ୟାନ୍ୟ ସାମଗ୍ରୀ ସବୁକୁ ଜବତ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ଉପରୋକ୍ତ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା କଥା ସ୍ଵୀକାର କରିଥିଲେ । ତଦନ୍ତ ଶେଷରେ ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Name & Address of Accused person:            

1.Anil das @Kalia (23), S/O- Ranjan Das, At- Gobarghat, PO- Lakshanath, PS- jaleswar, Dist- Balesore, At/Pr- Plot No.202, Gajapati nagar, PS- saheednagar, Bhubaneswar UPD.

Article Seized:

1.One Maruti Ertiga Car, bearing Regd. No.OD-01-AL-2937 & other house hold articles.

LEAVE A REPLY

Please enter your comment!
Please enter your name here