Ratha Construction at Ratha Khala in Pilgrimage City of Puri enters into 37th day, ନନ୍ଦିଘୋଷ ରଥ ଏବଂ ତାଳଧ୍ୱଜ ରଥରେ ୬ ଟି ଲେଖାଁଏ ୧୨ ଟି ଛନ୍ଦା ଗୟଳ ଲାଗିବା ସହିତ ଦର୍ପଦଳନ ରଥର ୪ ଗୋଟି ଛନ୍ଦା ଗୟଳ ଲାଗିବା ବାକି ରହିଛି

0
870

By Our Correspondent

PURI/BHUBANESWAR:   ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ହୋଇ  ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ  ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

 ରଥ ନିର୍ମାଣ ଅଗ୍ରଗତି

ଗତକାଲି ତିନିରଥର ଦଣ୍ଡା ପ୍ରେମ ରେ ଦୁଇଟି ଲେଖାଁଏ ‘ଗରଗରା’ ପଡିବା ସହ ତିନିରଥର ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଁଏ ବଡ଼ ପୋଲ ଗୟଳ ପଡିଥିଲା ଆଜି ପୂର୍ବାହ୍ନରେ  ‘ଚାରିନାହାକା’ ଉଥିବା ପାଇଁ ପ୍ରଥମେ ତିନିରଥରେ ୪ଟି ଲେଖାଁଏ ୨୦ ଫୁଟିଆ କାଠ ଫାଳି ଗୟଳ ଉପରେ ପକାଯାଇ ଭାରା ବନ୍ଧା ଯାଇ ଥିଲା। ଏହାପରେ ତିନିରଥରେ ୪ ଗୋଟି ଲେଖାଁଏ ‘ଚାରିନାହାକା’  କୁ ଗରଗରା  ବିନ୍ଧ ରେ ଭୁଂଜା ଯିବାପରେ, ତିନିରଥର ମୁଖ୍ୟ ମହାରଣା ଗରଗରାରେ ମାହାର୍ଦ୍ ରଖି ନଡ଼ିଆ ବାଡେଇ ଅନୁକୂଳ ପୂଜା ସମ୍ପନ୍ନ କଲାପରେ, ତିନିରଥର ଭୋଇ ସେବକ ମାନେ ଏକା ସାଙ୍ଗରେ ତିନିରଥର ନାହାକାକୁ ଗରଗରା ବିନ୍ଧ  ଭିତରେ ଚାରି ନାହାକା ସାଲ କୁ ରଖି ଠିଆ କଲାପରେ ଭୋଇ ସେବକ ମାନେ ଏକସଙ୍ଗରେ ହରି ବୋଲ ଧିନି ଦେଇ ରଥ ନିର୍ମାଣର ଗୋଟିଏ ଗୋଟିଏ ପର୍ଯ୍ୟାୟ ଅତିକ୍ରମ ହେଉଥିବା ର  ଶୁଭ ସୂଚନା ଜାହିର କରିଥିଲେ।

  ତିନିରଥର ଚାରିନାହାକା ଉଠି ସାରିବା ପରେ ତିନିରଥର ଦୁଇ ପାର୍ଶ୍ଵର ଗୁଜ ଏବଂ ଜଳଯନ୍ତ୍ର ଦଣ୍ଡା ଉପରେ ସଂଯୋଗ କରାଯାଇ ତାଉପରେ ପାର୍ଶ୍ୱ ନିରାଡ଼ି ଦୁଇପଟେ ସ୍ଥାପନ କରାଯାଇଅଛି।ଆଜି ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥ ରେ ଆଉ ଦୁଇଟି ଲେଖାଁଏ ୪ଟି ପୋଲ ଗୟଳ ସ୍ଥାପନ କରାଯାଇଅଛି , ଏଥିସହ ଆଜି ଦର୍ପ ଦଳନ ରଥରେ ଆଉ ଗୋଟିଏ ଲେଖାଁଏ ସାନ ପୋଲ ଗୟଳ ସ୍ଥାପନ କରାଯାଇଅଛି ।

 ଏଥିସହିତ ତିନିରଥର ୧୦ ଗୋଟି ପୋଲ ଗୟଳରେ ୪୦ ଗୋଟି ଟାଣ ବା ଖମ୍ବୀ ଏବଂ ୨୦ ଗୋଟି ତିଖ ଗୁଜ ବା କୋଣଗୁଜ ମୋଟ ୩୨ ଟି ଅସୁଆରୀ ସଂଯୋଗ ହୋଇଅଛି ।  ଆଜି ଅପରାହ୍ନରେ ତିନିରଥର ଆଗଆଣି ଏବଂ ପଛଆଣି ବଡ଼ ଛନ୍ଦା ଗୟଳ ର ବାନ୍ଧେଣି ପଡ଼ିଅଛି ।

ଆସନ୍ତାକାଲି ଛନ୍ଦା ଗୟଳ,ନିରାଡ଼ି ରେ କାପ କରାଯାଇ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହେବ । ଏହିପରି ନନ୍ଦିଘୋଷ ରଥ ଏବଂ ତାଳଧ୍ୱଜ ରଥରେ ୬ ଟି ଲେଖାଁଏ ୧୨ ଟି ଛନ୍ଦା ଗୟଳ ଲାଗିବା ସହିତ ଦର୍ପଦଳନ ରଥର ୪ ଗୋଟି ଛନ୍ଦା ଗୟଳ ଲାଗିବା ବାକି ରହିଛି ।

ତିନିରଥର ରୂପକାର ସେବକ ମାନେ ତିନିରଥର ସିଂହାସନ ର ଚିତ୍ର ଖୋଦେଇ କାର୍ଯ୍ୟ ଶେଷ କରି ତିନି ରଥର ନାଟ ଗୋଡ଼ରେ ରୂପଚିତ୍ର ତଥା ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ଗୟଳ କଣ୍ଟା ନିର୍ମାଣ ଶେଷ କରି ଯୋଖା କଣ୍ଟା ଏବଂ ଧ୍ଵଜ ବତା କଣ୍ଟା ନିର୍ମାଣ କରୁଛନ୍ତି ।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

 ତିନିରଥର ମୋଟ ମହାରଣା-୭୮

 ତିନିରଥର ଭୋଇ ସେବକ  -୭୭

ତିନିରଥର କରତି ସେବକ –   ୪

ତିନିରଥର କମାର ସେବକ -୧୭

 ପାହି ମହାରଣା                –  ୨

ତୁମ୍ବ ବିନ୍ଧ କାରିଗର           –  ୧

ତିନିରଥର ରୂପକାର ସେବକ-୧୯

 ରଥଖଳା ସହାୟକ(ପାଣିବାଲା)୧

                        ମୋଟ-୧୯୯

LEAVE A REPLY

Please enter your comment!
Please enter your name here