By Our Correspondent
BHUBANESWAR: ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ଉପରେ ଚଢ଼ଉ ଓ ଧରପଗଡ ଜୋରଦାର କରାଯାଇଛି।
କଟକରେ ୬ଟି, ଝାରସୁଗୁଡାରେ ୨ଟି,ଏବଂ କେନ୍ଦ୍ରାପଡାରେ, ସୁନ୍ଦରଗଡ, ବରଗଡ ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ସ୍ଥାନରୁ ନକଲି ଔଷଧ ଜବତ କରାଯାଇ ଡ୍ରଗ୍ସ୍ ନିୟନ୍ତ୍ରଣ ଆଇନ ଅନୁସାରେ ମକଦ୍ଦମା ରୁଜୁ କରାଯାଇଛି। ଦୋକାନରେ ଔଷଧ ଷ୍ଟ୍ରିପ୍ ଯାଞ୍ଚ କରାଯାଉଛି।
ଗାଈଗୋରୁଙ୍କ ଚର୍ମବିଣ୍ଡି ରୋଗ ନିରାକରଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ୩୧୪ଟି ଭ୍ରାମ୍ୟମାଣ ୟୁନିଟ୍, ୫୪୧ଟି ପ୍ରାଣୀଚିକିତ୍ସା କେନ୍ଦ୍ର ଏବଂ ୩୨୩୯ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ମାଧ୍ୟମରେ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ପରାମର୍ଶ ପାଇଁ: ୧୫୫୩୩୩ କିମ୍ବା ୧୯୬୨ ନିଶୁଳ୍କ ନମ୍ବର ଡାଏଲ୍ କରନ୍ତୁ।