By Our Correspondent
BHUBANESWAR: Pahala PS Case No-128, Dtd.22.08.2023, U/S-419/420/120-B/506 IPC.PO: Komal Jyoti Enterprises and swarat Engineering, Mahima Plaza, Puri canal road, PS- Pahala, BBSR UPD.
Gist of the Case:
ପାହାଳ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଜଗତ ପ୍ରସାଦ ମିଶ୍ରଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ପୁରୀ କେନାଲ ରୋଡ଼ ମହିମା ପ୍ଲାଜାରେ ଥିବା କୋମଳ ଜ୍ୟୋତି ଏଣ୍ଟରପ୍ରାଇଜର୍ସ ଏବଂ ଶ୍ଵରତ ଇଞ୍ଜିନିୟରିଂ କମ୍ପାନୀର ଜଣେ ଅଂଶୀଦାରୀ ଅଟନ୍ତି । ନିମ୍ନୋକ୍ତ ଅଭିଯୁକ୍ତ ନିଜକୁ ଏମ/ଏସ ବ୍ୟାରେଲ୍ସ ଏବଂ ଏମ୍/ ଏସ କାୟା ଏଣ୍ଡ ଡିଷ୍ଟିଲର୍ସ କମ୍ପାନୀର ଉପାଧ୍ୟକ୍ଷ ପରିଚୟ ଦେଇ ଓଡ଼ିଶାରେ ବିଭିନ୍ନ ବ୍ରାଣ୍ଡର ମଦ୍ୟପାନ ବଣ୍ଟନ ପାଇଁ ସେମାନଙ୍କ କମ୍ପାନୀ ସହିତ ଏକ ବ୍ୟବସାୟିକ ଭାଗିଦାରୀରେ ପ୍ରବେଶ କରିବାକୁ ପ୍ରସ୍ତାବ ଦେଇଥିଲେ ।
ନିମ୍ନୋକ୍ତ ଅଭିଯୁକ୍ତଙ୍କ ଦ୍ଵାରା ଦିଆଯାଇଥିବା ତଥ୍ୟ ଉପରେ ବିଶ୍ବାସ କରି ଅଭିଯୋଗକାରୀ ୨୦୨୨ ମସିହାରେ ବିଭିନ୍ନ ତାରିଖରେ ସମୁଦାୟ ୫୦,୦୦,୦୦୦/- ଟଙ୍କା ବ୍ଯବସାୟିକ ଭାଗୀଦାରୀ ବାବଦକୁ ଏବଂ ୭,୧୫,୦୦୦/- ଟଙ୍କା ଓଡ଼ିଶା ସରକାରଙ୍କ କିଛି ଅନୁମତି ଦେୟ ପାଇଁ ଦେବା ପରେ ଉଭୟ କମ୍ପାନୀ ମଧ୍ୟରେ ଏକ ଚୁକ୍ତିନାମା ନୋଟାରୀକରଣ କରାଯାଇଥିଲା ।
ପରବର୍ତୀ ସମୟରେ ଅଭିଯୋଗକାରୀ ଉକ୍ତ କମ୍ପାନୀକୁ ଯୋଗା ଯୋଗ କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ । ଅଭିଯୋଗକାରୀ ଓଡିଶା ରାଜ୍ୟ ପାନୀୟ ନିଗମରୁ ଯାଞ୍ଚ କରିବା ବେଳେ ୩ ବର୍ଷ ପୂର୍ବରୁ ଉକ୍ତ କମ୍ପାନୀକୁ ତାଲିକା ବର୍ହିଭୁତ କରାଯାଇଛି ଓ ସେମାନଙ୍କୁ ଓଡିଶାରେ ସେମାନଙ୍କ ବ୍ୟବସାୟ ପାଇଁ ଅନୁମତି ଦିଆଯାଇନାହିଁ ।
ଏହା ଜାଣିବା ପରେ ଅଭିଯୋଗକାରୀ ସମସ୍ତ ଟଙ୍କା ଫେରସ୍ତ ପାଇଁ ଉକ୍ତ କମ୍ପାନୀକୁ ବିଭିନ୍ନ ମଧ୍ୟରେ ଯୋଗ ଯୋଗ କରିଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ କୌଣସି ଉତ୍ତର ପାଇ ନଥିଲେ । ଗତ ତା ୨୧.୦୮.୨୦୨୩ ରିଖରେ ନିମ୍ନୋକ୍ତ ଅଭିଯୁକ୍ତ ପୁନର୍ବାର ଉକ୍ତ କମ୍ପାନୀର ଅପରେଶନ ହେଡ ପରିଚୟ ଦେଇ ଅଭିଯୋଗକାରୀଙ୍କ କମ୍ପାନୀ ସହିତ ଯୋଗ ଯୋଗ କରିଥିଲେ ଏବଂ ବ୍ଯବସାୟିକ ବାବଦକୁ ପୁନର୍ବାର ୩୦,୦୦୦/- ଟଙ୍କା ମାଗିଥିଲେ । ଅଭିଯୋଗକାରୀ ଏବଂ ତାଙ୍କର ସହଭାଗୀଦାରୀ ମାନେ ନିମ୍ନୋକ୍ତ ଅଭିଯୁକ୍ତଙ୍କ କମ୍ପାନୀକୁ ପରିଦର୍ଶନରେ ଯାଇଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ନିମ୍ନୋକ୍ତ ଅଭିଯୁକ୍ତ ତାଙ୍କୁ ଠକେଇ କରିଛନ୍ତି ।
ଅଭିଯୋଗକାରୀ ଏବଂ ତାଙ୍କର ସହଭାଗୀଦାରୀ ମାନେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ସମସ୍ତ ଟଙ୍କା ଫେରାଇବାକୁ କହିବାରୁ ଅଭିଯୁକ୍ତ ସେମାନଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ । ଅଭିଯୋଗକାରୀ ଏନେଇ ପାହାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଆଜି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ ।
ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Name and Address of Accused Persons:
Sandeep Sharma (43), S/o- Purusottomlal Sharma of WZ-196, C/3, Street Number-2A, Near Petrol Pump, Virendra Nagar New Delhi, Janakpuri B-1, West Bengal.