Pahal PS case No-231, accused arrested

0
429
Nirmal Singh (38), S/O- Rabindra Singh of Mandaria Patna, PS- Pahal, Bhubaneswar UPD

By Our Correspondent

BHUBANESWAR: Pahal PS case No-231, dtd-23.07.2023, U/S-323/325/379 IPC.PO: Near fish shop, Trinath Bazar, PS- Pahal, Bhubaneswar UPD.

Gist of the Case:

ପାହାଳ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଡମ୍ବରୁଧର ବେହେରାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ତ୍ରିନାଥ ବଜାର ଠାରେ ଅଭିଯୋଗକାରୀଙ୍କ ଏକ ମାଛ ଦୋକାନ ଅଛି । ଘଟଣା ଦିନ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଉକ୍ତ ଦୋକାନକୁ ଆସି ଅଭିଯୋଗକାରୀଙ୍କୁ ଧାର ସୂତ୍ରରେ ମାଛ ମାଗିଥିଲେ । ଅଭିଯୋଗକାରୀ ଜଣକ ଦେବା ନିମନ୍ତେ ମନା କରିବାରୁ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଏବଂ ପରେ ଅଭିଯୁକ୍ତ ଜଣକ ସେଠାରୁ ପଳାଇଯାଇଥିଲେ ।

ସେହିଦିନ ଅପରାହ୍ନରେ ଅଭିଯୁକ୍ତ ଜଣକ ପୁନର୍ବାର ଅଭିଯୋଗକାରୀଙ୍କ ମାଛ ଦୋକାନ ନିକଟକୁ ଯାଇ ହଠାତ ଅଭିଯୋଗକାରୀଙ୍କୁ ଏକ ଲାଠିରେ ମାଡ଼ ମାରିବା ସହିତ ପାଖରେ ଥିବା ୬,୦୦୦ ଟଙ୍କା ଚୋରିକରି ନେଇଯାଇଥିଲେ । ଘଟଣାର ଅଭିଯୋଗ ପରେ, ପାହାଳ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Nirmal Singh (38), S/O- Rabindra Singh of Mandaria Patna, PS- Pahal, Bhubaneswar UPD.

LEAVE A REPLY

Please enter your comment!
Please enter your name here