Pahal PS Case No- 210, accused arrested

0
444
Abinash Nayak (28), S/O- Arjuna Nayak, Vill- Baindola, PS- Pahal, Bhubaneswar UPD.

By Biswanath Dash

BHUBANESWAR: Pahal PS Case No- 210, Dt.03.07.2023, U/S- 341/294/323/307/506 IPC. PO, Vill-Baindola, PS- Pahal, Bhubaneswar UPD.

Gist of the FIR:

ଅଭିଯୋଗକାରୀ ଶ୍ରୀ ଅର୍ଜୁନ ନାୟକଙ୍କ ଅଭିଯୋଗ ଭିତ୍ତିରେ ପାହାଳ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ନିଜ ପରିବାର ସହ ପାହାଳ ଥାନା ଅନ୍ତର୍ଗତ ବଇଣ୍ଡୋଳା ଗ୍ରାମରେ ରହୁଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ବଡ ପୁଅ । ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ନିୟମିତ ଭାବେ ଅଭିଯୋଗକାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥାନ୍ତି, ତାସହିତ ସେ ଅଭିଯୋଗକାରୀଙ୍କୁ ପୂର୍ବରୁ ମଧ୍ୟ ଏକାଧିକ ଥର ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣା ଦିନ ରାତିରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଅଭିଯୋଗକାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ । ଅଭିଯୋଗକାରୀ ଜଣକ ତାଙ୍କୁ ବିରୋଧ କରିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ହଠାତ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ଅଭିଯୋଗକାରୀ ଜଣକ ଗୁରୁତର ଆହତ ହୋଇଥିଲେ । ଘଟଣାର ଅଭିଯୋଗ ପରେ ପାହାଳ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭଯୁକ୍ତଙ୍କୁ କାବୁ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person: Abinash Nayak (28), S/O- Arjuna Nayak, Vill- Baindola, PS- Pahal, Bhubaneswar UPD.

LEAVE A REPLY

Please enter your comment!
Please enter your name here