Pahal PS Case No-149, 3 accused arrested

0
591

By Biswanath Dash

BHUBANESWAR: Pahal PS Case No-149 Dt. 15.05.23, U/S 457/380/511 IPC.PO: Bank of India, Hanspal Branch, PS- Pahala, Bhubaneswar UPD.

Gist of the Case:

ଗତ କାଲି ବ୍ଯାଙ୍କ ଅଫ ଇଣ୍ଡିଆ, ହଂସପାଳ ବ୍ରାଞ୍ଚର ମ୍ୟାନେଜର ଶ୍ରୀ ଲାଇତେନ୍ଦୁ ମହାରଣାଙ୍କ ଅଭିଯୋଗ ଭିତ୍ତିରେ ପାହାଳ ଥାନା ପୁଲିସ ତଦନ୍ତ କରି ଆଜି ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି . ସୂଚନାଯୋଗ୍ୟ ଯେ, ଗତ ଶନିବାର ଓ ରବିବାର ଦିନ ବ୍ଯାଙ୍କ ବନ୍ଦ ରହୁଥିବାରୁ ତା ୧୩.୦୫.୨୦୨୩ ରିଖ ରାତି ପ୍ରାୟ ୩ ଟାରେ ମୁଖ୍ୟ ଅଭିଯୁକ୍ତ ସାଗର ଏବଂ ତାଙ୍କର ସହଯୋଗୀ ବସନ୍ତ ଓ ଗୁରୁଚରଣ ଚୋରୀ କରିବା ଉଦେଶ୍ୟରେ ହଂସପାଳ ସ୍ଥିତ ବ୍ଯାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚ ରେ ପଶିଥିଲେ ।

ସେମାନେ ସେଠାରେ ପ୍ରଥମେ ପାଇଖାନା ଝରକା ଭଙ୍ଗି ବ୍ଯାଙ୍କ ଭିତରେ ପଶିଥିଲେ ଏବଂ ସେଠାରୁ ୨ ଟି ସିସିଟିଭି କ୍ୟାମେରା କୁ ନଷ୍ଟ କରିଦେଇଥିଲେ । ଅଭିଯୁକ୍ତ ମାନେ ଷ୍ଟ୍ରଙ୍ଗ ରୁମର କବାଟ ଟିକୁ ଭଙ୍ଗି ଦେଇଥିଲେ କିନ୍ତୁ ସେଠାରେ ରଖାଯାଇଥିବା ନଗଦ ଟଙ୍କା ଭଲ୍ଟରୁ ଟଙ୍କା ଚୋରୀ କରିବାରେ ଅସମର୍ଥ ଥିଲେ । ଗତ କାଲି ବ୍ଯାଙ୍କ ଖୋଲିବା ପରେ ଲାଇଟେନ୍ଦୁ ବ୍ୟାଙ୍କରେ ଭଙ୍ଗାରୁଜା ଦେଖିବା ପରେ ସେ ପ୍ରଥମେ ଜୋନାଲ ଅଫିସ, ଭୁବନେଶ୍ବରରେ ଜଣାଇବା ସହ ଏନେଇ ପାହାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପାହାଳ ଥାନା ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିଥିଲେ ଏବଂ ସେମାନଙ୍କୁ ଗିରଫ କରାଯାଇ ଥାନାକୁ ଅଣାଯାଇଥିଲା । ତଦନ୍ତ ବେଳେ ଅଭିଯୁକ୍ତ ମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ । ଅଭିଯୁକ୍ତ ମାନଙ୍କର ଅପରାଧିକ ପୃଷ୍ଠଭୂମି ଯାଞ୍ଚ ବେଳେ ଅଭିଯୁକ୍ତ ସାଗର ଜଣେ ଅଭ୍ଯାସଗତ ଅପରାଧୀ ଏବଂ ସେ ପୂର୍ବରୁ ଭୁବନେଶ୍ବର ତଥା ଅନ୍ୟ ଜିଲ୍ଲାର ଥାନାରେ ୪ଟି ଅପରାଧିକ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇସାରିଥିଲେ ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Sagar Bhoi alias Sandha (27), S/o- Sarat Bhoi of Kopthasahi, Balianta, Dist- Khordha.

Basanta Kumar Pradhan (34), S/o- Jhari Pradhan, At- Mahantipati, Nuasahi, PS- Dasapalla, Dist- Nayagarh

Gurucharan Mallcik (50), S/o- Dasharati Mallcik, At- Haripur, PS- Badachana, Dist- Jajpur.

Seizure:An Iron cub (sabala), A hammer, Plash.

LEAVE A REPLY

Please enter your comment!
Please enter your name here