Padma Besha of Lord Jagannatha held in Puri

0
1236

By Our Correspondent

PURI/BHUBANESWAR: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ଆଜି ତା ୨.୨.୨୨ ବୁଧବାର ମାଘ ଶୁକ୍ଳ ପ୍ରତିପଦ ତିଥିରେ ଶ୍ରୀବିଗ୍ରହ ମାନଙ୍କ ‘ପଦ୍ମ ବେଶ’ ରାତ୍ର ଚନ୍ଦନ ଲାଗି ପରେ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହେଉଅଛି ।

 ଆଜି ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ପ୍ରାତଃ ଘ.୫.୩୫ ରେ ସମ୍ପନ୍ନ ହୋଇ ଭିତର ଶୋଧ ଘ.୬.୦୫ ରେ ବଢି ମହାପ୍ରଭୁଙ୍କ ମଙ୍ଗଳ ଆଳତି  ଘ.୬.୨୦ ରେ ଶେଷ ହୋଇଥିଲା , ଏହାପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ବଢି ସନ୍ଧ୍ୟା ଆଳତି ଘ.୫.୩୦ ରେ ହୋଇ ସନ୍ଧ୍ୟା ଧୂପ ଶେଷ ହେବା ପରେ ପ୍ରସାଦ ବାହାରି ପାଣି ପଡି ମହାପ୍ରଭୁଙ୍କ ବେଶ ମଇଲମ ବଢି ଚନ୍ଦନ ଲାଗି ସମ୍ପନ୍ନ ପରେ ମହାପ୍ରଭୁଙ୍କ ‘ପଦ୍ମମୁଖ ବଡ଼ସିଂହାର’ ବେଶ ଅନୁଷ୍ଠିତ ହେବ ।

ଏହାପରେ ରାତ୍ର ବଡ଼ସିଂହାର ଭୋଗରେ କ୍ଷୀରି, ଅମାଲୁ ଛାମୁରେ ବଢାଯାଇ ଭୋଗ ସମାପନ ପରେ ମହାପ୍ରଭୁଙ୍କ ଟୋପର ଲାଗି ହୋଇ ରାତ୍ର ପହୁଡ଼ ହେବ ।  ଏହି ମନୋରମ ବେଶ ବଡାଛତା ମଠର ପ୍ରଥମ ମହନ୍ତ ଶୁଭାରମ୍ଭ କରିଥିଲେ । ଏହି ଦୁର୍ଲଭ ବେଶ ସାଜ ବଡ ଛତା ମଠ ତରଫରୁ ନିର୍ମାଣ କରାଯାଇ ଆଜି ସନ୍ଧ୍ୟା ସମୟରେ ମଠ ପାରିଷଦ ବର୍ଗଙ୍କ ଗହଣରେ ପଟୁଆରରେ ଶ୍ରୀମନ୍ଦିରକୁ ଆସିଥିଲା   ସମୟ କଟକଣା ଯୋଗୁ ଆଜିର

ଏହି ଦୁର୍ଲଭ ବେଶ ଦର୍ଶନ ପାଇନଥିବା ଶ୍ରଦ୍ଧାଳୁ ଭକ୍ତ ଗଣ ତା୩.୨.୨୨ ଗୁରୁବାର ଦିନ ଏହି ବେଶରେ ମଙ୍ଗଳ ଆଳତି ବଢ଼ିଲା ପରେ  ଅବକାଶ ପର୍ଯ୍ୟନ୍ତ ଦର୍ଶନ ପାଇପାରିବେ ।

LEAVE A REPLY

Please enter your comment!
Please enter your name here