OUAT Hostel No-2 Student arrested for misbehaving with On Duty Woman Constable

    0
    1399

    By Biswanath Dash

    BHUBANESWAR: Ref: Airport PS Case no 27, dtd.18.01.2023, U/S- 341/294/353/332/506/509/34 IPC.

    PO: Ekamra Traffic Square, PS- Airport, BBSR UPD.

    Brief of the Case:

    ଗତ କାଲି ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଏୟାରପୋର୍ଟ ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା। ଏୟାରପୋର୍ଟ ଥାନା ପୁଲିସ ଏହି ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

    ଘଟଣାନୁଯାୟୀ, ଅଭିଯୋଗକାରିଣୀ ଜଣେ ମହିଳା ଟ୍ରାଫିକ କନଷ୍ଟେବଲ ଅଟନ୍ତି । ଗତ କାଲି ସେ ଏୟାରପୋର୍ଟ ଥାନା ଅନ୍ତର୍ଗତ ଏକାମ୍ର ଛକରେ ଟ୍ରାଫିକ ପରିଚାଳନା ଦାୟିତ୍ବରେ ନିୟୋଜିତ ଥିଲେ । ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ଆପାଚେ ମୋଟରସାଇକେଲ ସିଗନାଲ୍ ଭାଙ୍ଗିବା ସହିତ ସମୁଖରୁ ଆସୁଥିବା ଏକ ସ୍କୁଟିକୁ ଧକା ଦେଇଥିଲା ।

    ଯାହାଫଳରେ ସ୍କୁଟିର ଚାଳକ ଗାଡି ତଳେ ଚାପି ହୋଇଯାଇଥିଲେ । ଅଭିଯୋଗକାରିଣୀ ଜଣକ ସ୍କୁଟି ଚାଳକଙ୍କୁ ଉଦ୍ଧାର କରିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ମୋଟରସାଇକେଲ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯିବା ଲାଗି ଉଦ୍ୟମ କରିଥିଲେ । ଏହା ଦେଖି ଅଭିଯୋଗକାରିଣୀ ତୁରନ୍ତ ଅଭିଯୁକ୍ତଙ୍କୁ ଅଟକାଇବା ସହିତ ତାଙ୍କ ନିକଟରୁ ତାଙ୍କ ଗାଡି ଚାବିକୁ ଜବତ କରିଥିଲେ ।

    ଫଳରେ ଅଭିଯୁକ୍ତ ଜଣକ ଉତ୍ତ୍ୟକ୍ତ ହୋଇ ଅଭିଯୋଗକାରିଣୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ନାନାପ୍ରକାର ଧମକ ଚମକ ଦେଇଥିଲେ ଏବଂ ବଳପୂର୍ବକ ଭାବେ ଗାଡି ଚାବି ନେବା ଲାଗି ଅଭିଯୋଗକାରିଣୀଙ୍କ ହାତକୁ ଧରି ଟଣା ଓଟରା କରିଥିଲେ । ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ନିକଟରୁ ଫୋନ କଲ ପାଇ ତାଙ୍କର ୧୦ ରୁ ୧୫ଜଣ ସହଯୋଗୀ ସେଠାରେ ପହଞ୍ଚିବା ସହିତ ସେମାନେ ମଧ୍ୟ ଅଭିଯୋଗକାରିଣୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲେ ଓ ନାନା ପ୍ରକାର ଧମକ ଚମକ ମଧ୍ୟ ଦେଇଥିଲେ । ଘଟଣାର ଅଭିଯୋଗ ପରେ ଏୟାରପୋର୍ଟ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜେ କରିଥିବା ଦୋଷ ସ୍ଵୀକାର କରିଥିଲେ । ତଦନ୍ତ ଶେଷରେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

    Name and Address of the Accused persons:

    1.                Bishnu Prasad Behera (24), S/O- Udaynath Behera, At- Govinda Vihar, Lane-5, Lochhapada, PS- Nimakhandi, Dist- Ganjam, At/Pr- OUAT Hostel No-02, PS- Khandagiri, Bhubaneswar UPD.

    Article Seized:

    1.                One Apache M/C, bearing Regd. No.OD-10-F-1101.

    LEAVE A REPLY

    Please enter your comment!
    Please enter your name here