By Biswanath Dash
BHUBANESWAR: ଆଜି ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନାକୁ ଆଧାର କରି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଭରତପୁର ଥାନାର ଏକ ସ୍ପେଶାଲ ଟୀମ ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଥିବା ଜିଏ ପ୍ଲଟ ନିକଟରେ ଅତର୍କିତ ଭାବେ ଚଢଉ କରିବା ସହିତ ବେଆଇନ ବ୍ରାଉନ ସୁଗାର ଚାଲାଣ ଓ ବିକ୍ରି ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କର ତଲାସି ବେଳେ ତାଙ୍କ ନିକଟରୁ ମୋଟ ୧୨ଗ୍ରାମ ଓଜନର ବ୍ରାଉନ ସୁଗାର ସହିତ, ଗୋଟିଏ ୭.୬୫ଏମଏମ ରିଭଲଭର ଜବତ କରାଯାଇଥିଲା।
ପଚରା ଉଚରା ସମୟରେ, ଅଭିଯୁକ୍ତ ଜଣକ ବେଆଇନ ଭାବେ ସାଧାରଣ ଲୋକଙ୍କୁ ବ୍ରାଉନ ସୁଗାର ବିକ୍ରି କରୁଥିବା ଏବଂ ଅନ୍ୟ ବ୍ୟାପାରୀଙ୍କୁ ଡରାଇବା ସହ ବ୍ରାଉନ ସୁଗାର ବଦଳରେ ଭୟ ଦେଖାଇ ଗ୍ରାହକଙ୍କ ନିକଟରୁ ଅଧିକ ଟଙ୍କା ଦାବୀ କରିବା ନିମନ୍ତେ ପାଖରେ ବନ୍ଧୁକ ରଖିଥିବା କଥା ମଧ୍ୟ ସ୍ଵୀକାର କରିଥିଲେ । ଏହି ଘଟଣାକୁ ନେଇ ଭରତପୁର ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଏଯାବତ ମୋଟ ୭୬ଟି ବେଆଇନ ବ୍ରାଉନସୁଗାର ବିକ୍ରି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୪୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରଯାଇଛି । ସେମାନଙ୍କ ଠାରୁ ମୋଟ ୨କେଜି ୨୭୯ଗ୍ରାମ ୮୦ମିଲିଗ୍ରାମ ଓଜନର ବ୍ରାଉନସୁଗାର ଏବଂ ୭,୩୩,୨୨୦/-ଟଙ୍କା, ୩୧୦ଗ୍ରାମ ସୁନା, ୪୫୦ଗ୍ରାମ ରୁପା, ୬୩ଟି ମୋବାଇଲ ଫୋନ ଏବଂ ୨୭ଟି ମୋଟରସାଇକେଲ, ଗୋଟିଏ ଲାପଟପ, ୦୨ଟି ବନ୍ଧୁକ ଏବଂ ୦୫ଟି ଜୀବନ୍ତ ଗୁଳି ଜବତ କରାଯାଇପାରିଛି । ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର-୭୦୭୭୭୯୮୧୧୧ ଜାରି କରାଯାଇଛି ।
Name & Address of Accused person: Papuna Pradhan @Kanhu (24), S/O- Bharat Pradhan of Pradhan Sahi, Andharua, PS- Chandaka, Bhubaneswar UPD. Article Seized:12grams of Brown Sugar.One 7.65mm Revolver.