By Our Correspondent
BHUBANESWAR: ୧୫ ଜୁନ ରୁ ଆଜି ୨୫ ଜୁନ ମଧ୍ୟରେ ରାଜ୍ୟରେ ୯୮.୩ ମିମି ବର୍ଷା ରେକର୍ଡ ହୋଇଛି ଯାହା ଏହି ସମୟ ପରିଧି ମଧ୍ୟରେ ସ୍ୱାଭାବିକ ବର୍ଷା ୯୪.୭ ତୁଳନାରେ ପାଖାପାଖି ୪% ଅଧିକ ରେକର୍ଡ ହୋଇଛି | ଅର୍ଥାତ ୧୬ ଜୁନ ରେ ମୌସୁମୀ ଛୁଇଁବା ପରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି |, IMD said on Saturday.
୧୮ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ରେ ଏକ ପୂର୍ବ-ପଶ୍ଚିମ ବାୟୁ-ପ୍ରବାହର ତାରତମ୍ୟ ସ୍ଥର ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି ଯାହା ପ୍ରଭାବରେ ରାଜ୍ୟରେ ମୌସମୀ ଜନିତ ବର୍ଷା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି
ଗତକାଲି ଝାଡ଼ଖଣ୍ଡ ଅଞ୍ଚଳରେ ଥିବା ଘୁର୍ଣ୍ଣିବଳୟ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୪.୫ କିମି ଯାଏଁ ବ୍ୟାପିଛି ଏବଂ ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି |