By Our Correspondent
BHUBANESWAR: ପଦୋନ୍ନତି ଅଦାଲତରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଠାରୁ ୧୨୪୧ ଆବେଦନପତ୍ର ଗ୍ରହଣ କରାଯାଇଥିବା ବେଳେ ୧୦୨୧ ଜଣଙ୍କ ଆବେଦନାର ଶୁଣାଣି କରାଯାଇ ସେଥି ମଧ୍ୟରୁ ୭୮୮ଟି ଆବେଦନକୁ ପଦୋନ୍ନତି ପାଇଁ ଗ୍ରହଣ କରାଯାଇଥିଲା।
ସରକାରୀ କର୍ମଚାରୀଙ୍କୁ ସମୟୋଚିତ ପଦୋନ୍ନତି ଦେବା ନିମନ୍ତେ ଚଳିତ ମାସ ପହିଲାରୁ ତିନି ଦିନ ଧରି ପଦୋନ୍ନତି ଅଦାଲତ ଅନୁଷ୍ଠିତ ହୋଇଥିଲା। ଶୁଣାଣି ବେଳେ ମିଳିଥିବା ଆପତ୍ତି ଅଭିଯୋଗ ସଂପର୍କିତ ବିଭିନ୍ନ ତଥ୍ୟକୁ ଭିତ୍ତି କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ପଦୋନ୍ନତି ନିମନ୍ତେ ଥିବା ନୀୟମର ସରଳିକରଣ, କ୍ୟାଡର ନୀୟମରେ ଯଥାର୍ଥତା ଅବଲମ୍ବନ ଏବଂ ଗୋପନୀୟ ପଞ୍ଜିକାର ସଠିକ ବିବେଚନା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ଅଧିକାରୀଙ୍କ ବିରୁଦ୍ଧରେ ଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଫଳାଫଳ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।