Nayapalli PS case No-327, accused arrested

0
515

By Biswanath Dash

BHUBANESWAR:  Nayapalli PS case No.327, Dt. 27.07.2023, U/S– 379 IPC.PO:Near Santosh Book- Store, Indradhanu Market, PS- Nayapalli, Bhubaneswar UPD.

Gist of the Case:

ନୟାପଲ୍ଲୀ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୨୭.୦୭.୨୦୨୩ ରିଖ ମଧ୍ୟାହ୍ନରେ ଅଭିଯୋଗକାରିଣୀ ଏବଂ ତାଙ୍କ ସ୍ବାମୀ OD-33-N-5450 ନମ୍ବର ସ୍କୁଟି ଯୋଗେ ଇନ୍ଦ୍ରଧନୁ ମାର୍କେଟକୁ ଯାଇଥିବା ବେଳେ ସନ୍ତୋଷ ବୁକଷ୍ଟୋର ନିକଟରେ ସ୍କୁଟିକୁ ପାର୍କିଂ କରିଥିଲେ । ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ସୁଯୋଗ ଉଣ୍ଡୀ ଡୁପ୍ଳିକେଟ ଚାବି ସାହାଯ୍ୟରେ ଅଭିଯୋଗକାରିଣୀଙ୍କ ସ୍କୁଟିକୁ ସେଠାରୁ ଚୋରୀକରି ନେଇଯାଇଥିଲେ । ପରେ ଅଭିଯୋଗକାରିଣୀ ଜଣକ ନିଜ ସ୍କୁଟିକୁ ସେଠାରେ ଆଉ ପାଇନଥିଲେ ।

ବହୁ ଖୋଜାଖୋଜି ପରେ ମଧ୍ୟ ନପାଇବାରୁ ଶେଷରେ ସେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ଅଭିଯୋଗ ପରେ, ନୟାପଲ୍ଲୀ ଥାନା ପୁଲିସ ମାମଲାର ତଦନ୍ତ କରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଏକ ଚୋରା ସ୍କୁଟିକୁ କମଦାମରେ ବିକ୍ରି କରିବା ଲାଗି ବିଜୁପଟ୍ଟନାୟକ ଛକ ଅଞ୍ଚଳରେ ଗ୍ରାହକ ଖୋଜୁଥିବା କଥା ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ହସ୍ତଗତ ହୋଇଥିବା ସୂଚନା ଆଧାରରେ ପୁଲିସ ଘଟଣା ସ୍ଥଳରେ ଚଢଉକରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ତାଙ୍କ ନିକଟରୁ ସମ୍ପୃକ୍ତ ଚୋରା ସ୍କୁଟିକୁ ମଧ୍ୟ ଜବତ କରିଥିଲେ ।  ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Sankar @Satyajit Sahoo (25), S/O- Arjun Sahoo of Vill- Raghunathpur, PS- Kishannagar, Dist- Jagatsinghpur, At/Pr- Mangala Nagar, Salia Sahi, PS- Maitri Vihar, Bhubaneswar UPD.

Article Seized:

1.         One Suzuki Access Scooter, bearing Regd.No.OD-33-N-5450.

LEAVE A REPLY

Please enter your comment!
Please enter your name here