Nayapalli PS Case No.175/2023, U/S-392/34 IPC, accused convicted

0
277

By Our Correspondent  

BHUBANESWAR:  Nayapalli PS Case No.175/2023, U/S-392/34 IPC. ଆଜି ଭୁବନେଶ୍ବର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୩ ର ମାଜିଷ୍ଟ୍ରେଟ ପୂଜା ଜୈନ, ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତ ଅଲ୍ଲୀ ଆଜମ ଓ ଚନ୍ଦନ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । 

ଘଟଣାର ଅନ୍ତରାଳେ:

ଉଲ୍ଲେଖ ଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ନୟାପଲ୍ଲୀ ଥାନାରେ ଉପରୋକ୍ତ ଛିନତାଇ ମାମଲା ପଞ୍ଜୀକରଣ କରାଯାଇଥିଲା । ନୂତନ ଭାବେ ପ୍ରଶିକ୍ଷଣ ଶେଷକରି ସମ୍ପୃକ୍ତ ଥାନାରେ ଯୋଗଦେଇଥିବା ତତ୍କାଳୀନ ସବ୍-ଇନ୍ସପେକ୍ଟର ଶ୍ରୀ ଶୁଭ୍ରାଂଶୁ ମହାପାତ୍ର ଏହି ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ମାମଲା ପାଞ୍ଜିକରଣର ମାତ୍ର ପାଞ୍ଚ ମାସ ମଧ୍ୟରେ ଉଭୟ ଅଭିଯୁକ୍ତଙ୍କୁ ସଜା ହୋଇଛି ।

 ଏହି ମାମଲାର ବିଚାର କରି ମାନ୍ୟବର ଅଦାଲତ ଉଭୟ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏଁ ସଶ୍ରମ ଦଣ୍ଡାଦେଶ ଶୁଣାଇଛନ୍ତି । ନିମ୍ନୋକ୍ତ ଦୁଇ ଅଭିଯୁକ୍ତ, ଭୁବନେଶ୍ବରର ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଥିବା ମୋଟ ୨୦ ରୁ ଅଧିକ ଲୁଟ ମାମଲାରେ ସମ୍ପୃକ୍ତ ଥିବା ଜଣାଯାଇଛି । 

ଏହା ପୂର୍ବରୁ ଇରାନୀ ଗ୍ୟାଙ୍ଗ ୪ଟି ମାମଲାରେ ଓ ଗାଡି କାଚଭାଙ୍ଗି ଲୁଟ କରୁଥିବା ଗ୍ୟାଙ୍ଗ ୩ଟି ମାମଲାରେ ଅଦାଲତଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇସାରିଥିବା ବେଳେ, ବାୱରିୟା ଗ୍ୟାଙ୍ଗ ଓ କଛା ଗ୍ୟାଙ୍ଗର ଶୁଣାଣୀ ପ୍ରକ୍ରିୟା ବର୍ତ୍ତମାନ ଅଦାଲତରେ ଚାଲୁରହିଛି । ଭୁବନେଶ୍ବର ସହରାଞ୍ଚଳରେ ଘଟୁଥିବା ସମ୍ପତ୍ତିଗତ ମାମଲାରେ ଏହିଭଳି ସଫଳ ତଦନ୍ତ ପ୍ରକ୍ରିୟା ଯୋଗୁଁ ନ୍ୟାୟାଳୟଙ୍କ ତ୍ଵରିତ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଅଧିକରୁ ଅଧିକ କ୍ରିୟାଶୀଳ ହେବ ।

ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ କଳ୍ପତରୁ ସାହୁ ଏବଂ ଶ୍ରୀ ସରୋଜ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Name of Accused persons: Alli Azam and Chandan Nayak

LEAVE A REPLY

Please enter your comment!
Please enter your name here