Nayapalli PS Case No-123, accused forwarded to Court

0
388

By Biswanath Dash

BHUBANESWAR:  Nayapalli PS Case No.123, dtd.25.03.2023, U/S-395 IPC.PO:  Plot No.1470, Nayapalli, PS- Nayapalli, Bhubaneswar UPD.

Gist of the Case:

ଅଭିଯୋଗକାରୀଙ୍କ ସମ୍ପୃକ୍ତ ଥାନା ଅନ୍ତର୍ଗତ ଏନଏଚ ପାର୍ଶ୍ୱରେ ଥିବା ପ୍ଲଟ୍ ନଂ-୧୪୭୦ରେ କେବିଏମ କନଷ୍ଟ୍ରକ୍ସନ ନାମରେ ଏକ ଦୋକାନ ଥିଲା । ତା.୨୪.୦୩.୨୦୨୩ ରିଖ ରାତିରେ କେତେକ ଅପରାଧୀ ଶ୍ରେଣୀୟ ବ୍ୟକ୍ତି ବିଶେଷ ତାଙ୍କ ଦୋକାନରୁ ମୁଲ୍ୟବାନ ସାମଗ୍ରୀ ସବୁକୁ ଲୁଟ କରିବା ସହିତ ଜେସିବି ମେସିନ ବ୍ୟବହାର କରି ଉକ୍ତ ଦୋକାନଙ୍କୁ ସମ୍ପୂର୍ଣ ଭାଙ୍ଗିଦେଇଥିଲେ । ଠିକ ସେହିପରି ଉକ୍ତ ପ୍ଲଟରେ ଚାଲୁଥିବା ଅନ୍ୟ ଏକ ଦୋକାନକୁ ସମ୍ପୃକ୍ତ ଅପରାଧୀମାନଙ୍କ ଦ୍ୱାରା ଭାଙ୍ଗି ଦିଆଯାଇଥିବା ନେଇ ଅନ୍ୟ ଏକ ପୃଥକ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ତା.୨୪.୦୩.୨୦୨୩ ରିଖ ବିଳମ୍ବିତ ରାତିରେ ସମ୍ପୃକ୍ତ ଦୋକାନଗୁଡିକୁ ଭାଙ୍ଗିବାବେଳେ ଅପରାଧୀ ମାନେ ଭୟଙ୍କର ବାତାବରଣ ସୃଷ୍ଟି କରିବା ସହିତ ମୂଲ୍ୟବାନ ଜିନିଷ ସବୁକୁ ଲୁଟି ନେଇଥିଲେ ।

ଅନୁସନ୍ଧାନ ସମୟରେ ଏହା ମଧ୍ୟ ଜଣାପଡିଛି ଯେ, ଦୋକାନ ନିର୍ମାଣ ହୋଇଥିବା ଜମିର ଏକ ଅଂଶ କିଣିଥିବା ଜଣେ ବ୍ୟକ୍ତି ଉକ୍ତ ଜମିକୁ ନିଜ ଅଧିକାରକୁ ନେବା ପାଇଁ କିଛି ସ୍ଥାନୀୟ ଅପରାଧୀଙ୍କ ସହାୟତା ନେଇଥିଲେ । ତଦନୁସାରେ, ସମ୍ପୃକ୍ତ ଅପରାଧୀମାନେ ଏକ ଯୋଜନା ପ୍ରସ୍ତୁତ କରିବା ସହିତ ବାଇକ, କାର, ବସ୍, ଓ ଅନ୍ୟାନ୍ୟ ଯାନ ସହାୟତାରେ ଘଟଣା ସ୍ଥଳକୁ ଆସିବା ସହ ଜେସିବି ମେସିନ ବ୍ୟବହାର କରି ଦୋକାନ ଗୃହ ସହିତ ସମସ୍ତ ସରଞ୍ଜାମକୁ ଭାଙ୍ଗି ନଷ୍ଟ କରିଦେଇଥିଲେ । ଦୋକାନ ମାଲିକ ଘଟଣା ସ୍ଥଳରେ ଯେତେବେଳେ ଏହାକୁ ବିରୋଧ କରିଥିଲେ ଏବଂ କିଛି ସ୍ଥାନୀୟ ବାସିନ୍ଦା ଏହି ଘଟଣାର ଫଟୋ ଉତ୍ତୋଳନ କରିଥିଲେ, ଅପରାଧୀମାନେ ସେମାନଙ୍କ ଠାରୁ ବଳପୂର୍ବକ ମୋବାଇଲ୍ ଫୋନ୍ ଛଡାଇ ନେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀ ମାନେ କିଛି ମହିଳା ଅପରାଧୀ ମାନଙ୍କ ସହାୟତା ମଧ୍ୟ ନେଇଥିଲେ ।

ଘଟଣାର ଅଭିଯୋଗ ପରେ, ନୟାପଲ୍ଲୀ ଥାନା ପୁଲିସ ମାମଲା ରୁଜୁକରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହିତ ମାମଲାରେ ଜଡ଼ିତ ଥିବା ୨ ଜଣ ମହିଳାଙ୍କୁ ମିଶାଇ ମୋଟ ୨୨ ଜଣ ଅଭିଯୁକ୍ତଙ୍କୁ ପୁର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ବିଶେଷ ସୂତ୍ରରୁ ଖବର ପାଇ ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଅନନ୍ତ କୁମାର ନାୟକ ଓରଫ ରିକନଙ୍କୁ ଗିରଫ କରିଛନ୍ତି । ଉପରୋକ୍ତ ମାମଲାରେ ଏଯାବତ ୨୩ ଜଣ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ଲାଗି ପ୍ରୟାସ ଜାରି ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ଜନସାଧାରଣ ମାନଙ୍କୁ ନିବେଦନ କରାଯାଉଛି ଯେ, ଏହିପରି କୌଣସି ଅପରାଧୀ ଶ୍ରେଣୀୟ ବ୍ୟକ୍ତିବିଶେଷ ଅପରାଧିକ  କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବାର ଆପଣମାନଙ୍କ ନଜରରେ ଥିଲେ, ଭୁବନେଶ୍ବର ସହରାଞ୍ଚଳର ସ୍ଟ୍ରୀଟ୍ କ୍ରାଇମ ହ୍ଵାଟସ୍ଆପ୍ ହେଲ୍ପ ଲାଇନ ନଂ- ୭୦୭୭୭୯୮୧୧୧ ରେ ଜଣାଇପାରିବେ । ଆପଣମାନଙ୍କ ପରିଚୟ ସମ୍ପୂର୍ଣ୍ଣ ଭାବରେ ଗୋପନୀୟ ରଖାଯିବ ।

Name and Address of Accused Persons:

Ananta Kumar Nayak alias Rikan (35), S/o- Ashok Kumar Nayak, At- Plot no-1206/7, Gadasahi, PS- Nayapalli, Bhubaneswar UPD.

LEAVE A REPLY

Please enter your comment!
Please enter your name here