National Media Conclave 2022 from November 21 to 23 in Temple City

0
480

By Our Correspondent
BHUBANESWAR: ନଭେମ୍ବର 21ରୁ ଭୁବନେଶ୍ୱରରେ ମିଡ଼ିଆ ମହାକୁମ୍ଭ, ଉତ୍ତର ଭାରତର ସବୁଠାରୁ ବଡ଼ ଏବଂ ଆକାର୍ଷଣୀୟ ମିଡ଼ିଆ ମହାକୁମ୍ଭର ଷଷ୍ଠ ସଂସ୍କରଣ ଭୁବନେଶ୍ୱର କିଟ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ. ଯାହା ନଭେମ୍ବର 21ରୁ 23 ତାରିଖ 3 ଦିନ ଧରି ଚାଲିବ. ଏହି conclave ର ଶୀର୍ଷକ ଗଣମାଧ୍ୟମ ଓ ସଂସ୍କୃତି ରହିଛି.

କାର୍ଯ୍ୟକ୍ରମରେ 80ରୁ ଅଧିକ ଗବେଷଣାତ୍ମକ ସନ୍ଧର୍ଭ ପାଠ ହେବ.100ରୁ ଉର୍ଦ୍ଧ ବିଶ୍ୱବିଦ୍ୟାଳୟର ପ୍ରତିନିଧି ସାମିଲ ରହିବେ, କେବଳ ଭାରତ ନୁହେଁ ଭାରତ ବାହାରୁ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କାରୁ ମଧ୍ୟ ପ୍ରତିନିଧିମାନେ ଆସିବେ.ସାରା ଭାରତରୁ 80 ରୁ ଉର୍ଦ୍ଧ ବିଶେଷଜ୍ଞ , 500ରୁ ଉର୍ଧ୍ଵ ଶିକ୍ଷାବିତ ଓ ଛାତ୍ରଛାତ୍ରୀ ସାମିଲ ରହିବେ. ଶେଷରେ ଭାରତର ସବୁଠୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନକୁ NMS ଆୱାର୍ଡ ପ୍ରଦାନ କରାଯିବ. UGC ଅଧୀନରେ CIC ଓ ICHR ର ମିଳିତ ଉଦ୍ୟମରେ ଏହି conclave ଅନୁଷ୍ଠିତ ହେବ.

ପ୍ରେସମିଟ ମାଧ୍ୟମରେ ଆଜି ସମିଳନୀର ଅଧ୍ୟକ୍ଷ ତଥା ଆଇ.ଏମ.ଏସ ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢି ଏହି ସ୍ଵଚନା ଦେଇଛନ୍ତି, ଏହି ଅବସରରେ ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର କୁମାର ଭଟମିଶ୍ର ଉପସ୍ଥିତ ରହିଥିଲେ.

LEAVE A REPLY

Please enter your comment!
Please enter your name here