By Biswanath Dash
BHUBANESWAR: Nandankanan PS Case No-133, Dtd.22.09.2022, U/S-420/406/506/419 IPC.PO: PS- Nandankanan, BBSR UPD.
Gist of the FIR:
ନନ୍ଦନକାନନ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଶ୍ରୀ ନିହାରକାନ୍ତ ପଢିଆରୀ ଜଣେ କଣ୍ଟ୍ରାକ୍ଟର ହୋଇଥିବା ବେଳେ ତାଙ୍କର ମାଲ ପରିବହନକାରୀ ଯାନ ବ୍ୟବସାୟ ମଧ୍ୟ ଅଛି । ନିଜ କାମରେ ଥିବା ଆବଶ୍ୟକତାକୁ ଆଖିଆଗରେ ରଖି ଏକ ଜେସିବି ମେସିନ ଦରକାର ଥିବାରୁ ତାହା କିଣିବା ଲାଗି ସେ ବିଭିନ୍ନ ଲୋକଙ୍କ ସହିତ ଯୋଗଯୋଗ କରୁଥିଲେ ।
ଅଭିଯୋଗକାରୀଙ୍କ ଏକ ଜେସିବି ମେସିନ ଦରକାର ଥିବା କଥା ଜାଣି, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କ ସହିତ ଯୋଗଯୋଗ କରିଥିଲେ ଏବଂ ନିଲାମ ଜରିଆରେ ମ୍ୟାଗମା ଫାଇନାନ୍ସ କମ୍ପାନିରୁ ସେ OD-33-X-2401 ନମ୍ବର ବିଶିଷ୍ଟ ଏକ ଜେସିବି ମେସିନ କିଣିଥିବା କଥା ମଧ୍ୟ ଅଭିଯୋଗକାରୀଙ୍କୁ ଜଣାଇବାରୁ, ଅଭିଯୋଗକାରୀ ତାହାକୁ କିଣିବା ଲାଗି ପ୍ରସ୍ତାବ ଦେଇଥିଲେ । ପରେ ଉକ୍ତ ଜେସିବି ମେସିନ କିଣାବିକାକୁ ନେଇ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ବେଳେ ଜେସିବି ମେସିନ କିଣିବା ଲାଗି ଅଭିଯୋଗକାରୀ ଜଣକ ଅଭିଯୁକ୍ତ ୫,୦୦୦୦୦ ଟଙ୍କା ଅଗ୍ରୀମ ବାବଦକୁ ଦେଇଥିଲେ ।
ଅଗ୍ରୀମ ଟଙ୍କା ନେବା ପରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ଆଉ ଦେଖା ଦେଇନଥିଲେ କି ତାଙ୍କ ଫୋନ ମଧ୍ୟ ଉଠାଇ ନଥିଲେ । ବାରମ୍ବାର ଅନୁରୋଧ କରିବା ସତ୍ବେ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନାନାପ୍ରକାର ଧମକ ମଧ୍ୟ ଦେଇଥିଲେ । ଘଟଣାର ଅଭିଯୋଗ ପରେ ନନ୍ଦନକାନନ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ଵୀକାର କରିଥିଲେ ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Name & Address of Accused person:
Deepak Kumar Mohanty alias Dipu (43), S/O- Late Kailash Chandra Mohanty, Vill- Palasa, PO- Narapada, PS- Tangi, Dist- Cuttack.
.