Minister Pratap Deb Serves Legal Notice on BJP VP Baijayant Panda Family Owned Media House over Derogatory News

    0
    597
    Odisha Industry, Energy and MSME Miniser Pratap Keshari Deb-File Photo

    By Our Correspondent

    BHUBANESWAR: ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବଦନାମ କରିବା ପାଇଁ ଅସତ୍ୟ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପରିବେଶଣ କରିଥିବା ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲକୁ ମହଙ୍ଗା ପଡ଼ିଛି । ଓ୍ବେବ ଚ୍ୟାନଲର ସମ୍ପାଦକଙ୍କୁ ୭ ଦିନ ଭିତରେ ନିସର୍ତ୍ତ କ୍ଷମା ମାଗି ସ୍ପଷ୍ଟିକରଣ ଦେବା ପାଇଁ ମନ୍ତ୍ରୀଙ୍କ ଓକିଲ Sitanshu Diwbedi ନୋଟିସ ପଠାଇଛନ୍ତି । . The web portal is being owned and run by BJP National VP Baijayant Jay Panda family.

    ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫଟୋ ସହିତ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଫଟୋ ଲଗାଇ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ଗତ ଅକ୍ଟୋବର ୧୨ ତାରିଖରେ ଏକ କଦର୍ଥ ଖବର ପ୍ରସାରଣ କରିଥିଲା  । ଏଭଳି ଖବରର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଜଣେ ସୁପ୍ରତିଷ୍ଠିତ ଜନପ୍ରତିନିଧି ଓ ରାଜ୍ୟ କ୍ୟାବିନେଟର ମନ୍ତ୍ରୀଙ୍କୁ ଲୋକଲୋଚନରେ ବଦନାମ କରିବା ପାଇଁ କପଳକଳ୍ପିତ ଖବର ପ୍ରସାରଣ କରାଯାଇଛି ।

    ଏହା ଆଇନ ବିରୁଦ୍ଧ  । ଇଣ୍ଡିଆନ ଏକ୍ସପ୍ରେସ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ବିରୁଦ୍ଧାଚରଣ କରୁଛି । ଏହାସହିତ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଆଇନର ଧାରା ୭୮ ଓ ଅଧିନିୟମ ୭୯ ଅନୁଯାୟୀ ସଂପୃକ୍ତ ଓ୍ବେବ ଚ୍ୟାନେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । , ସିତାଂଶୁ ଦ୍ବିବେଦୀ, ମନ୍ତ୍ରୀଙ୍କ ଓକିଲ , said.

    ମନ୍ତ୍ରୀଙ୍କ ଓକିଲ ସ୍ପଷ୍ଟ କରିଛନ୍ତି, ଯେ ଆସନ୍ତା ୭ଦିନ ଭିତରେ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ଏଭଳି କଦର୍ଥ ସମ୍ବାଦ ପରିବେଷଣ ନେଇ ଯଦି ନିସର୍ତ୍ତ କ୍ଷମା ନମାଗେ ଓ ସ୍ପଷ୍ଟିକରଣ ନଦିଏ  । ତାହାଲେ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ବୁରୁଦ୍ଧରେ କୋର୍ଟ ଓ ପ୍ରେସ କାଉନସିଲ ଇଣ୍ଡିଆରେ ମାମଲ ଦାୟର କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରାଯିବ ।, ସିତାଂଶୁ ଦ୍ବିବେଦୀ, ମନ୍ତ୍ରୀଙ୍କ ଓକିଲ said.

    LEAVE A REPLY

    Please enter your comment!
    Please enter your name here