By Our Correspondent
CUTTACK/BHUBANESWAR: ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ସର୍ବଭାରତୀୟ ପୋଲିସ କ୍ଲଷ୍ଟର ପ୍ରତିଯୋଗିତାରେ ପଦକ ଜିତିଥିବା ପ୍ରତିଯୋଗୀମାନେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି | ଏହି ଅବସରରେ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ବଂସଲ କ୍ରୀଡାବିତମାନଙ୍କ ସାଫଲ୍ୟରେ ସନ୍ତୋଷ ବ୍ୟକ୍ତ କରିବା ସହ ଭବିଷ୍ୟତରେ କଠିନ ପରିଶ୍ରମ କରି ରାଜ୍ୟ ପୋଲିସ ପାଇଁ ଅଧିକ ସଫଳତା ଆଣିବାକୁ ପରାମର୍ଶ ଦେଇଛନ୍ତି |
ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ଆର. କେ. ଶର୍ମା ଉପସ୍ଥିତ ଥିଲେ | ଏ.ଆଇ.ଜି (ହେଡକ୍ଵାର୍ଟର) ସୁରେଶ ଚନ୍ଦ୍ର ଜେନା, ମ୍ୟାନେଜର ରମେଶ ଚନ୍ଦ୍ର ମାହାଳି, ଟିମ କ୍ଯାପଟେନ ଶୁକଦେବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |
ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର, ପୁନେ ଠାରେ ଗତ ନଭେମ୍ବର 14 ରୁ 20 ତାରିଖ ପର୍ଯ୍ୟନ୍ତ 71 ତମ ସର୍ବଭାରତୀୟ ପୋଲିସ କ୍ଲଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଅନୁପମା ସ୍ଵାଇଁ , ପ୍ରଦୀପ କୁମାର ପାତ୍ର, ସମରେନ୍ଦ୍ର ମହାନ୍ତ, ସଂଗ୍ରାମ ବେହେରା ପ୍ରମୁଖ ସ୍ଵର୍ଣ୍ଣ ପଦକ ବିଜୟୀ ହୋଇଥିବାବେଳେ ରାକେଶ ଭୁକ୍ତା ରୌପ୍ୟ ପଦକ ଓ ଶକ୍ତି ରଞ୍ଜନ ବାରିକ ବ୍ରୋଞ୍ଜ ପଦକ ବିଜୟ ଲାଭ କରିଛନ୍ତି | ସେହିପରି ଭାର ଉତ୍ତୋଳନ ପ୍ରତିଯୋଗିତାରେ ଶୁଭସ୍ମିତା ମହାନ୍ତି ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି |