Many Family of Dhinkia Village offer betel vines for JSW ISP in Jagatsinghpur

0
864

By Our Correspondent

PARADIP/BHUBANESWAR: ଦୀର୍ଘ ବର୍ଷ ଧରି ଏରସମା ତହସିଲ ଅଧିନରେ ଥିବା ଢ଼ିଙ୍କିଆ ପଞ୍ଚାୟତ ଶିଳ୍ପ ବୀରୋଧରେ ଆନ୍ଦୋଳନର ଧୀରେ ଧୀରେ କମିବାରେ ଲାଗିଛି। ବିଗତ ଦିନରେ ଯାହା ସ୍ଥିତି ରହିଥିଲା ଏଵେ ଗତ କିଛି ଦିନ ହେବ ଚିତ୍ର ବଦଳିବା ରେ ଲାଗିଛି। ଏହି ଆନ୍ଦୋଳନ କାରୀଙ୍କ ମଧ୍ୟରୁ ଅନେକ ଲୋକ ଶିଳ୍ପ ପ୍ରତିଷ୍ଠା ନେଇ ସହମତି ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି।ଗତ ନୁଆ ବର୍ଷରେ ଢ଼ିଙ୍କିଆ ଗାଁର ତିନିଟି ପାନବରଜ ମାପଚୁପ କରାଯାଇଥିଲା।ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜେ ଏସ ଡ ବ୍ଲୁ ପ୍ରକଳ୍ପ ବୀରୋଧରେ ଆନ୍ଦୋଳନର ଆଗ ଧାଡିରେ ଥିବା କିଛି ଲୋକ ଆଜି ନିଜ ଇଛାରେ ପାନବରଜ ମାପଚୁପ କରିଛନ୍ତି।

ଆଜି ଢ଼ିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ  ମାହାଳ ,ଓ ପାଟଣା ଗାଁର  ୩୩ ଜଣ ହିତାଧିକାରୀଙ୍କ ପାନବରଜ ମାପଚୁପ କରାଯାଇଛି। ପ୍ରକଳ୍ପ ପାଇଁ ପାନବରଜ ଦେଇଥିବା  ସମୁଦାୟ  ପାନବରଜ ମଧ୍ୟରୁ ୧୦ ଟି ପାନବରଜ ଅଧିଗ୍ରହଣ   କରାଯାଇଛି। ଏହି ତିନି ଗାଁ ର ଲୋକମାନେ ଆଜି ନିଜ ଇଛାରେ ସ୍ଥାନୀୟ ତହସିଲ ପ୍ରଶାସନ ଓ କମ୍ପାନୀର ଅଧିକାରୀ ମାନଙ୍କ ଉପସ୍ଥିତିରେ ପାନବରଜ ମାପଚୁପ କରିଛନ୍ତି।

। ଆଜି ଏରସମା ତହସିଲଦାରଙ୍କ ନେତୃତ୍ୱରେ ପାଞ୍ଚ ଟି  ଟିମ୍ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏହି ଢ଼ିଙ୍କିଆ ଓ ମାହାଳ ଗାଁରେ ଥିବା ଅନ୍ୟ ବରଜ ଗୁଡ଼ିକ ଅଧିଗ୍ରହଣ କରିବାକୁ ଲୋକମାନେ ସହମତି ପ୍ରକାଶ କରିଛନ୍ତି। ବିଶେଷ କରି ସ୍ଥାନୀୟ ଲୋକମାନେ ପ୍ରଶାସନିକ ସ୍ତରରେ ଆଲୋଚନା କରିବା ପରେ ନିଜ ନିଜ ଇଛାରେ କମ୍ପାନୀ ପାଇଁ ଏଭଳି ସହଯୋଗର ହାତ ବଢ଼ାଇଥିବାର ଜଣାପଡିଛି। କମ୍ପାନୀ ମଧ୍ୟ ଲୋକମାନଙ୍କ ସହମତି ଓ ଆପୋଷ ଆଲୋଚନାକୁ ଗୁରୁତ୍ଵ ଦେଉଥିବାର କୁହାଯାଇଛି।

LEAVE A REPLY

Please enter your comment!
Please enter your name here