By Our Correspondent
BHUBANESWAR: ରକ୍ତ ଦାନ ମହତ୍ ଦାନ ସ୍ଳୋଗାନ କୁ ମର୍ମେ ମର୍ମେ ହ୍ରୁଦୟଙ୍ଗମ କରିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ରାମେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମ୍ୟାଗନମ୍ ଡିଜି ଫାଉଣ୍ଡେସନ.
ସେଥିପାଇଁ ଦିର୍ଘ ୨୩ ବର୍ଷ ଧରି ମ୍ୟାଗନମ୍ ଡିଜି ଫାଉଣ୍ଡେସନ ରାମେଶ୍ୱର ଆୟୋଜନ କରି ଆସୁଅଛି ରକ୍ତ ଦାନ ଶିବିର.
ରକ୍ତ ଦାନ ଶିବିର ଆୟୋଜନ କରି ରାଜ୍ୟର ରକ୍ତ ଚାହିଦାକୁ ପୂରଣ କରିବାରେ ହେଉଛି ସହାୟଜ. ଆଜି ମ୍ୟାଗନମ୍ ଡିଜି ଫାଉଣ୍ଡେସନ ପକ୍ଷରୁ ନିରାକାର ପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି ସ୍ୱେଛାକ୍ରୁତ ରକ୍ତ ଦାନ ଶିବିର.
ଏହି ଶିବିରରେ ମ୍ୟାଗନମ୍ ଡିଜି ଫାଉଣ୍ଡେସନର ବହୁ ସଦସ୍ୟ.ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବହୁ ଗୁରୁଜୀ, ଗୁରୁମା, ନିରାକାର ପୁର ଥାନାର ଅଧୀକାରୀଙ୍କ ସହ ବହୁ ପୋଲିସ୍ କର୍ମଚାରୀ ସ୍ଥାନୀୟ ଯୁବକ ଯୁବତୀ ମାନେ ଯୋଗ ଦେଇ ସ୍ୱେଛାକ୍ରୁତ ରକ୍ତଦାନ କରିଛନ୍ତି.
ଏହି ରକ୍ତଦାନ ଶିବିର ରେ ୧୦୦ ୟୁନିଟ୍ ରକ୍ତ ସଂଗ୍ରୁହିତ ହୋଇଥିଲା.ରକ୍ତଦାତା ମାନଙ୍କୁ ଉସ୍ଚାହିତ କରିବା ପାଇଁ ମ୍ୟାଗନମ୍ ଫାଊଣ୍ଡେସନର ଅଧ୍ୟକ୍ଷ୍ୟ ରମେଶ ମହାପାତ୍ର.ଫାଉଣ୍ଡେସନର ଉପାଧ୍ୟ୍ୟକ୍ଷ୍ ଗୀତାରାଣୀ ପାଢୀ..ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରେମ ଶତପଥୀ…ସମିତା ଶତପଥୀ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ.ଭୁବନେଶ୍ବର ବ୍ଲଡ୍ ବ୍ୟାଙ୍କର ଡାକ୍ତର ମାନେ ଏଥିରେ ସଂପୁର୍ଣ ସହଯୋଗ ଜରିଥିଲେ.