Lingaraj PS Case No- 337, accused arrested

0
126

By Our Correspondent

BHUBANESWAR:   Lingaraj PS Case No- 337, Dt.21.12.2021, U/s-419/420/406/34 IPC.PO: Jay Maa Tarini Enterprises, Samantaraypur, PS- Linagarj, BBSR UPD.

Gist of the Case:

ଲିଙ୍ଗରାଜ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଶ୍ରୀପ୍ରିୟା ମିଶ୍ର ୨୦୨୦ ମସିହାରେ ସାମନ୍ତରାୟପୁରରେ ଗୋଟିଏ କନଶୋଲଟାଣ୍ଟ ସର୍ଭିସ ପ୍ରୋଭାଇଡର ଅଫିସ ଖୋଲିଥିଲେ । ସେ ତାଙ୍କ ଅଫିସ ରେ ପିଲାମାନଙ୍କୁ କମ୍ପୁଟର ଟ୍ରେନି ଦେବା ସହିତ, ପ୍ରାଇଭେଟ କମ୍ପାନୀ ମାନଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ନିଯୁକ୍ତି ଦିଅନ୍ତି। ଅଭିଯୁକ୍ତ ରୋହିତ ମହନ୍ତର ଘର ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରାଣୀପାଟଣା ଗାଁ ରେ କିନ୍ତୁ ସେ ୨୦୧୪ ମସିହାରୁ ଘରୁ ଯାଇ ପଶ୍ଚିମ ବଙ୍ଗରେ ରହିଆସୁଥିଲେ ।

ସେ ଏବେ ସିଲିଗୁଡ଼ି ର ଡାବଗ୍ରାମ, ୱାର୍ଡ ନମ୍ବର-୨୦, ସୁରୂର୍ତ୍ତି ଆପାର୍ଟମେଣ୍ଟ . ଫ୍ଲାଟ ନମ୍ବର-ଡି-୩, ୩- ଫ୍ଲୋର ରେ ରହିଆସୁଥିଲେ । ଗତ ୨୦୨୦ ମସିହା ରେ ନିଜକୁ ରେଲୱେ ବିଭାଗର ଏଜେଣ୍ଟ ବୋଲି ପରିଚୟ ଦେଇ ସେ ଅଭିଯୋଗ କାରିଣୀ ଶ୍ରୀପ୍ରିୟା ମିଶ୍ର ଙ୍କ ସହିତ ଯୋଗାଯୋଗ କଲେ ଓ କହିଲେ ରେଲୱେ ଡି.ଆର.ଏମ ଅଫିସ ରେ ତାଙ୍କର ଚିହ୍ନା ଅଛି, ତେଣୁ ଯଦି କେହି ପିଲା ରେଲୱେ ବିଭାଗରେ ଚାକିରି ପାଇଁ ଆଗ୍ରହୀ ଅଛନ୍ତି, ତେବେ ତାଙ୍କୁ ଯୋଗଯୋଗ କଲେ ସେ ରେଲୱେ ବିଭାଗ ର ଗୃପ-ସି ଓ ଗୃପ-ଡି ରେ ଚାକିରି କରେଇଦେବ ।

ସେ ପିଲା ପିଛା ଗୃପ-ସି ରେ ଚାକିରି ବାବଦକୁ ୮ ଲକ୍ଷ ଟଙ୍କା ଓ ଗୃପ-ଡି ରେ ଚାକିରି ବାବଦକୁ ୬ ଲକ୍ଷ ଟଙ୍କା ନେବ ବୋଲି କହିଲେ । ଯେହେତୁ ଅଭିଯୋଗ କାରିଣୀ ଶ୍ରୀପ୍ରିୟା ମିଶ୍ରଙ୍କ ଅଫିସକୁ ପିଲା ମାନେ ପ୍ରାଇଭେଟ କମ୍ପାନୀ ରେ ଚାକିରି ପାଇଁ ଆସୁଥିଲେ, ତେଣୁ ରେଲୱେ ବିଭାଗରେ ଚାକିରି ପାଇବା କଥା ଶୁଣି ୭ ଜଣ ପିଲା ଶ୍ରୀପ୍ରିୟା ମିଶ୍ର ଙ୍କ ସହିତ ଯୋଗାଯୋଗ କରି ତାଙ୍କ ଜରିଆରେ ପ୍ରାୟ ୪୦ ଲକ୍ଷ ଟଙ୍କା ଦେଇଥିଲେ।

ସେହି ପଇସା ପାଇଲା ପରେ ଅଭିଯୁକ୍ତ ରୋହିତ ମହର ସେମାନଙ୍କୁ ଝାଡ଼ଖଣ୍ଡ ର ଧାନବାଦ ରେ ନେଇ ତିନି ମାସ ର ଟ୍ରେନିଂ ଦେଇ ଟ୍ରେନିଂ ଭିତରେ ପ୍ରତି ମାସ ରେ ୧୦ ହଜାର ଲେଖାଏ ଟଙ୍କା ଷ୍ଟାଇପେଣ୍ଡ ଓ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲା, ତେଣୁ କାହାର ସନ୍ଦେହ ହେଇନଥିଲା । କିନ୍ତୁ ତିନିମାସ ପରେ ମଧ୍ୟ ଚାକିରି ନମିଳିବାରୁ ସେମାନେ ଠକାମି ର ଶିକାର ହେଇଛନ୍ତି ବୋଲି ଜାଣିବାକୁ ପାଇଥିଲେ।

ଏହି ଘଟଣାକୁ କେନ୍ଦ୍ରକରି ଅଭିଯୋଗକାରୀଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଅନ୍ୟ ସହଯୋଗୀ ଅଭିଯୁକ୍ତ ଫେରାର ଅଛନ୍ତି।  ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

  1. Rohit Kumar Mahanta(31), S/O-Kushal Chandra Mahanta, Vill- Ranipatana, P.S- Sahadebkhunta, Dist-Baleswar, At/Pr- Dabagram, Ward No- 20, Suruchi Apartment, Flat No-D/3, 3rd Floor, Silugudi, West Bengal.

 

 

LEAVE A REPLY

Please enter your comment!
Please enter your name here