Land Acquisition Process for JSW Steel Project is in full swing in Jagatsinghpur

0
523

By Our Correspondent

PARADIP/BHUBANESWAR:ପାରାଦୀପ ନିକଟସ୍ଥ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ବଢ଼ିବାରେ ଲାଗିଛି।ଗତ ବର୍ଷ ଜୁନ ମାସରେ ହୋଇଥିବା ଡ୍ରୋନ ସର୍ଭେ ଅନୁସାରେ ଏହି ପ୍ରସ୍ତାବିତ ଅଞ୍ଚଳରେ ୬୨୯ ଟି ପାନବରଜ ରହିଥିଲା। ମାତ୍ର ଗତ ୨୧ ତାରିଖ ସୁଦ୍ଧା ଢ଼ିଙ୍କିଆ ପଞ୍ଚାୟତରେ ୬୩୮ ଟି ପାନବରଜ ମାପଚୁପ ସରିଲାଣି। ଏଥି ମଧ୍ୟରୁ ୪୮୩ ଟି ପାନବରଜ ଭଙ୍ଗା ଯାଇଛି।

ଆଉ ୩୯୨ ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏରସମା ତହସିଲ ପ୍ରଶାସନ ପକ୍ଷରୁ ଏହି ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଥିଲାବେଳେ କେବଳ ଢ଼ିଙ୍କିଆ ଗାଁରେ ଗତ ୨୧ ତାରିଖ ମଧ୍ୟରେ ୧୦୩ ଟି ପାନବରଜ ମାପଚୁପ ସରିଥିଲା ବେଳେ ୭୦ ଟି ପାନବରଜ ଭଙ୍ଗା ଯାଇଛି।ଆଉ ସେଥିରୁ ୫୯ ଜଣଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପୂର୍ବରୁ ସର୍ଭେ କରାଯାଇଥିବା ଅଞ୍ଚଳରେ ପାନବରଜ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।ଆଉ ଢ଼ିଙ୍କିଆ ଗାଁରେ ମଧ୍ୟ ସେହି ଅନୁସାରେ ତିନି ଗୁଣ ଅଧିକ ପାନବରଜ ନୂଆ ହୋଇଥିବାର ଦେଖିବାକୁ ମିଳୁଛି। ଗୋଟିଏ ପଟେ ପ୍ରକଳ୍ପ ବିରୋଧରେ ଲୋକମାନେ ଆନ୍ଦୋଳନ କରୁଥିବା ବେଳେ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପାଇବା ପାଇଁ ପାନବରଜ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ଯାହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here