Land Acquisition Process continues at JSW Project site in Jagatsinghpur

0
464

By Our Correspondent

PARADIP/BHUBANESWAR: The land acquisition work has been resumed on Monday after suspension of demolition of betel vines for two days subsequent to confrontation of Police and public at Dhinkia village.  The construction of the boundary wall is also underway on behalf of IDCO. The betelvines measurements and demolition work is underway under the leadership of the local tehsildar.

 However, on Sunday night, District Superintendent of Police Akhileshwar Singh visited Dhinkia Panchayat and went from village to village to hold talks with the people at the Phulkhai temple and the panchayat office.  He appealed the public to lead norml life without  fearing the Police. Since betelvines are being demolished with the consent of the public,anybody who has any complaints, should contact with the administration directly.    

  To date, 304 betelvines have been demolished in Dhinkia panchayat, while 225 affected betelvine owners have been provided with compensation of over Rs 5.66 crore.  Today more than 45 betelvines have been measured at Mahal  Patna village. It is  encouraging that since yesterday, people have been cooperating for the measurement and demolition of betel vines.  Anybody having any issue regarding measurement or compensation,is discussing with  the Tehsildar. In addition, people are also discussing various issues of the local Malal, Gobindpur, Patan areas with the senior officials of the company. As per the contractor of the boundary wall,the construction of boundary wall from the Patan side will start subsequently. The local people are given priority in betelvines  demolition and boundary wall construction.

Also read in Odia…ଢ଼ିଙ୍କିଆ ଗ୍ରାମରେ ପୋଲିସ ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ପ୍ରଶାସନ ତରଫରୁ ଦୁଇଦିନ ପାଇଁ ପାନବରଜ ଭଙ୍ଗା କାର୍ଯ୍ୟ ସ୍ଥଗିତ ରହିଥିବା ବେଳେ ଆଜି ସୋମବାର ଦିନ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି। ଇଡକୋ ପକ୍ଷରୁ ମଧ୍ୟ ପାଚେରୀ ନିର୍ମାଣ କାର୍ଯ୍ୟ ଜାରି ରହିଛି  l ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ୱରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଜାରି ରହିଛି ।

 ତେବେ ଗତକାଲି ରବିବାର  ରାତିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ବର ସିଂ ଢ଼ିଙ୍କିଆ ପଞ୍ଚାୟତକୁ ଯାଇ ଗାଁ ଗାଁ ବୁଲି ଲୋକଙ୍କ ସହିତ ଫୁଲଖାଇ ମନ୍ଦିର ରେ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ପୋଲିସ କୁ କୈାଣସି ଭୟ ନ ସ୍ବଭାବିକ ଭାବରେ ଜୀବନ ଯାପନ କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ସହଯୋଗ ଓ ସହମତିରେ ପାନବରଜ ଭଙ୍ଗା ଯାଇଛି, ଯାହାର ଯାହା ଅଭିଯୋଗ ଅଛି ସିଧାସଳଖ ପ୍ରଶାସନ ସହିତ ଆଲୋଚନା କରିବାକୁ କହିଥିଲ। 

ଆଜି ସୁଦ୍ଧା ଢ଼ିଙ୍କିଆ ପଞ୍ଚାୟତ ରେ ୩୦୪ ଟି ପାନବରଜ ଭଂଗାଯାଇଥିବା ବେଳେ ୨୨୫ ଜଣ କ୍ଷତିଗ୍ରସ୍ତ ପାନବରଜୀ ଙ୍କୁ ପାଞ୍ଚ କୋଟି ୬୬ ଲକ୍ଷ  ହଜାରରୁ ଉର୍ଦ୍ଧ୍ଵ ଟଙ୍କା କ୍ଷତିପୂରଣ ରାଶି ବାବଦରେ ପ୍ରଦାନ କରାଯାଇଛି lଆଜି ମାହାଳ ପାଟଣା ଗାଁରେ ୪୫ ରୁ ଉର୍ଦ୍ଧ ପାନବରଜ ମାପଚୁପ କରାଯାଇଛି। ଗତକାଲି ଠାରୁ  ଲୋକଙ୍କ ମଧ୍ୟରେ ପାନବରଜ ମାପଚୁପ ଓ ଭଙ୍ଗା ନେଇ ସହଯୋଗ ଦେଖିବାକୁ ମିଳିଛି। ଯେଉଁମାନଙ୍କର ବରଜ ମାପ କି କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ସମସ୍ୟା ସମ୍ପର୍କରେ ସିଧାସଳଖ ତହସିଲଦାରଙ୍କ ସହିତ ଆଲୋଚନା କରୁଛନ୍ତି।

ଏଥି ସହିତ ସ୍ଥାନୀୟ ମାଳାଳ, ଗୋବିନ୍ଦପୁର, ପାଟଣ ଲୋକଙ୍କ ବିଭିନ୍ନ ପ୍ରସଙ୍ଗ ନେଇ ଲୋକମାନେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା ମଧ୍ୟ କରୁଛନ୍ତି। ଅପରପକ୍ଷରେ ଇଡକୋ ପକ୍ଷରୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଆଗାମୀ ଦିନରେ ପାଟଣ ପଟୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ମାଣକାରୀ ଠିକା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ପାନବରଜ ଭଙ୍ଗା ଓ ପ୍ରାଚୀର ନିର୍ମାଣ କାମରେ ସ୍ଥାନୀୟ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ବ ଦିଆଯାଉଛି।.

LEAVE A REPLY

Please enter your comment!
Please enter your name here