Know how Dhauli Police Station arrested an Accused in a Murder case

0
486

By Biswanath Dash

BHUBANESWAR:  Ref: Dhauli PS Case No-251, dtd- 18.12.2022, U/s- 302 IPC. PO: Hotel Mid Night, Kanika Mandap, PS- Dhauli, BBSR UPD.

Gist of the FIR:

ଗତ ତା ୧୮.୧୨.୨୦୨୨ ରିଖରେ ଅଭିଯୋଗକାରୀ ମିଟୁ ନାଏକଙ୍କ ଅଭିଯୋଗକ୍ରମେ ଧଉଳି ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ଧଉଳି ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତକୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକା ତଦନ୍ତ ଚାଲୁ ରହିଛି । 

ଅନୁସନ୍ଧାନ ସମୟରେ ଏହା ଜଣ ପଡିଛି ଯେ, କନିକା ମଣ୍ଡପଟି ୩ମହଲା ବିଶିଷ୍ଠ ଏବଂ ୨ୟ ମହଲା ହୋଟେଲ ପାଇଁ ବ୍ୟବହାର ଉଦେଶ୍ୟରେ ହୋଟେଲ ମିଡ ନାଇଟ ନାମରେ ଭଡା ଦିଆ ଯାଇଛି । ମୃତଫା ରାମଚନ୍ଦ୍ର ନାଏକ ଗତ ୧୫ ବର୍ଷହେବ ଉକ୍ତ ମଣ୍ଡପରେ କେୟାର ଟେକର ଭାବରେ କାମ କରିବା ସହିତ ତଳ ମହଲରେ ରହିଆସୁଥିଲେ ।

ଘଟଣାର ୪ରୁ ୫ଦିନ ପୂର୍ବରୁ ମୃତଫାଙ୍କ ଦୁଇ ସମ୍ପର୍କୀୟ ଉକ୍ତ ମଣ୍ଡପକୁ ଆସିଥିଲେ ଏବଂ ମୃତଫାଙ୍କ ସହମତିରେ ସେଠାରେ ଗୋଟିଏ ରାତି ବିତାଇଥିଲେ। ୨ୟ ମହଲା ହୋଟେଲ ମିଡ୍ ନାଇଟ୍ ରେ ସ୍ଥାପିତ ହୋଇଥିବା ସିସିଟିଭି ମାଧ୍ୟମରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ମୃତଫାଙ୍କୁ  ତାଙ୍କର ବନ୍ଧୁଙ୍କ ବିଷୟରେ ପଚାରିଥିଲେ । ତେଣୁ ମୃତଫା ତାଙ୍କ ମାଲିକଙ୍କୁ ଏନେଇ ଜଣାଇଥିଲେ ଏବଂ ହୋଟେଲ ମିଡ ନାଇଟରୁ ସିସିଟିଭି ହଟାଇବାକୁ ତାଙ୍କ ମାଲିକଙ୍କୁ ପ୍ରସ୍ତାବ ଦେଇଥିଲେ । କନିକା ମଣ୍ଡପ ମାଲିକଙ୍କ ନିର୍ଦ୍ଦେଶ ଅନୁଯାୟୀ ମୃତଫା ହୋଟେଲ ମିଡ ନାଇଟରେ ସିସିଟିଭି ସ୍ଥାପିତ ହୋଇଥିବା ସ୍ଥାନ ଚିହ୍ନଟ କରିବାକୁ ଆସିଥିଲେ। ଏହା ଦେଖି ଅଭିଯୁକ୍ତ ମୃତଫାଙ୍କୁ ତାଙ୍କ ହୋଟେଲରୁ ସିସିଟିଭି ହଟାଯିବା ନେଇ ପ୍ରଶ୍ନ କରିଥିଲେ ।

ଏହି କାରଣରୁ, ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲେ । ଗତ ତା ୧୬/୧୭.୧୨.୨୦୨୨ ରିଖ ରାତି ପ୍ରାୟ ୩.୩୦ରେ ପୂର୍ବ ଝଗଡା କାରଣରୁ ଅଭିଯୁକ୍ତ ଭକ୍ତ ଚରଣ ଲେଙ୍କା ମୃତଫାଙ୍କୁ ଚାପୁଡ଼ା ମାରିବା ସହ ଝାଡୁରେ ପିଟିଥିଲେ ଏବଂ ତାଙ୍କର ମୁଣ୍ଡକୁ ସାମ୍ନାରେ ଥିବା କାନ୍ଥରେ ପିଟିଦେଇଥିଲେ । ଏହି କାରଣରୁ, ମୃତଫା ଗୁରୁତର ହୋଇ ୧୦୮ ଆମ୍ବୁଲାନ୍ସ ଯୋଗେ କାନିକା ମଣ୍ଡପର କର୍ମଚାରୀଙ୍କ ସହାୟତାରେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା । ଚିକିତ୍ସା ସମୟରେ ମୃତଫା ଅତ୍ୟନ୍ତ ନିଶାଶାକ୍ତ ଅବସ୍ତାରେ ଥିବାରୁ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରାଇବା ପରେ  କର୍ମଚାରୀ ମାନେ ମୃତଫାଙ୍କୁ କନିକା ମଣ୍ଡପକୁ ନେଇଆସିଥିଲେ । ସେହି ଦିନ ଅପରାହ୍ନ ୫ଟାରେ ମୃତଫାଙ୍କ ଚେତା ନଫେରିବାରୁ କର୍ମଚାରୀ ମାନେ ତାଙ୍କୁ ପୁନର୍ବାର କ୍ୟାପିଟାଲ ହସ୍ପିଟାଲକୁ ଆଣିବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରବର୍ତୀ ସମୟରେ ଅଭିଯୋଗକାରୀଙ୍କ ଭାଇ ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଲିଖିତ ରିପୋର୍ଟ ଧଉଳି ଥାନାରେ ଉପସ୍ଥାପନ କରିଥିଲେ। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତକୁ ଆଜି ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ତଦନ୍ତ ଶେଷରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । 

Name & Address of Accused person:        

1.         Bhaktahari Lenka@ Bhakta@ Bharat(27), S/o- Nityananda Lenka of Vill- Bansara, PS- Dhamanagar, Dist- Bhadrak, At/pr- C/Raja Mohapatra of Vill- Rashulgarh, PS- Saheed Nagar, BBSR UPD.

LEAVE A REPLY

Please enter your comment!
Please enter your name here