Kharvelnagar PS Case No-189, accused arrested

0
454

By Biswanath Dash

BHUBANESWAR:   Kharvelnagar PS Case No.189, dtd.23.04.2023, U/S- 341/294/323/325/307/34 IPC.PO: Hotel Pettpuja, Ekamra Hata, PS- Kharvelnagar, Bhubaneswar UPD.

Gist of the Case:

ଖାରବେଳନଗର ଥାନା ପୁଲିସ ଅଭିଯୋଗକାରୀଙ୍କ ଅଭିଯୋଗକ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୨୩.୦୪.୨୦୨୩ ରିଖ ମଧ୍ୟାହ୍ନରେ ଅଭିଯୋଗକାରୀ ଜଣକ ତାଙ୍କର ଜଣେ ସହକର୍ମୀଙ୍କ ସହ ମିଶି ଏକାମ୍ର ହାଟରେ ଥିବା ପେଟପୂଜା ହୋଟେଲକୁ ମଧ୍ୟାହ୍ନ ଭୋଜନ କରିବା ଲାଗି ଯାଇଥିବା ବେଳେ ପୂର୍ବରୁ କିଛି ଯୁବକଯୁବତୀ ସେଠାରେ ବସିଥିଲେ ।

ସେମାନେ ଉଠିଯିବା ସମୟରେ ଏକ ଚେୟାର ଆସି ଅଭିଯୋଗକାରୀଙ୍କ ଗୋଡରେ ଖୁବ ଜୋରସେ ବାଜିବାରୁ ସେ ସେମାନଙ୍କୁ ଦେଖିକରିଯିବା ପାଇଁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ଦୁଇ ସହଯୋଗୀ ଅଭିଯୋଗକାରୀ ଏବଂ ତାଙ୍କ ସହକର୍ମୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ହଠାତ ଚେୟାର ଉଠାଇ ବାରମ୍ବାର ମୁଣ୍ଡକୁ ଲକ୍ଷ କରି ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ଅଭିଯୋଗକାରୀ ଜଣକ ଗୁରୁତର ଆହତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ । ଘଟଣାର ଅଭିଯୋଗପରେ, ଖାରବେଳନଗର ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ପୂର୍ବରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାରେ ବ୍ୟବହୃତ ଏକ କାରକୁ ମଧ୍ୟ ଜବତ କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ବେଳେ ଆଜି ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଖାରବେଳନଗର ଥାନା ପୁଲିସ ସକ୍ଷମ ହୋଇଛନ୍ତି । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Santosh Kumar Nayak (32), S/O- Kailash Chandra Nayak, At- Katikata, PS- Nischintakoili, Dist- Cuttack, At/Pr- Plot No.365, Gouda Sahi, PS- Nayapalli, Bhubaneswar UPD.

LEAVE A REPLY

Please enter your comment!
Please enter your name here