Kharvelnagar PS Case No-163, accused arrested

0
35
Babul Das (25), S/O- Prafulla Das, At- Jagannathprasad, PS- Gania, Dist- Nayagarh

By Our Correspondent

BHUBANESWAR:  Kharvelnagar PS Case No-163, dtd.13.04.2025, U/s-332(a)/296/109/126(2)/115(2)/ 118(1) BNS. PO: Unit-9, PS- Kharvelnagar, BBSR UPD.

Brief Fact of the Case:

ଖାରବେଳନଗର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀଙ୍କର ନିମ୍ନୋକ୍ତ ଅଭିଯୁକ୍ତ ବବୁଲ ଦାସଙ୍କ ସହ ଗତ କିଛି ମାସ ହେବ ବନ୍ଧୁତା ରହିଆସିଥିଲା ଏବଂ ଉଭୟ ପରସ୍ପର ସହ ଫୋନ ଜରିଆରେ କଥାବାର୍ତ୍ତା କରୁଥିଲେ । କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା, ଯାହାଫଳରେ ଅଭିଯୋଗକାରିଣୀ ଗତ ତା.୧୨.୦୪.୨୦୨୫ ରିଖ ରାତିରେ ନିଜ ମୋବାଇଲ ଫୋନକୁ ବନ୍ଦ କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ଘର ନିକଟକୁ ଯାଇ ପାଚେରି ଡେଇଁ ଘର ପରିସୀମା ମଧ୍ୟରେ ପ୍ରବେଶ କରିବା ସହିତ ପ୍ରଥମେ ଅଭିଯୋଗକାରିଣୀଙ୍କୁ ଖୋଜିଥିଲେ ଏବଂ ତାଙ୍କୁ ପାଇବା ପରେ ତାଙ୍କ ବେକ ଚିପି ଧରି ତାଙ୍କୁ ଜୀବନରୁ ମାରିଦେବା ଲାଗି ପ୍ରୟାସ କରିଥିଲେ । ଅଭିଯୋଗକାରିଣୀଙ୍କ ବାପା ଏବଂ ସାନ ଭଉଣୀ ତାଙ୍କୁ ଅଭିଯୁକ୍ତଙ୍କ ଆକ୍ରମଣରୁ ବଞ୍ଚାଇବା ଲାଗି ପ୍ରୟାସ କରିବା ବେଳେ, ଅଭିଯୁକ୍ତ ଜଣକ ଉଭୟଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ଅଭିଯୋଗକାରିଣୀଙ୍କ ସାନ ଭଉଣୀଙ୍କ ହାତରେ ଗୁରୁତର ଆଘାତ ଲାଗିଥିଲା ।

ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ଅଭିଯୁକ୍ତ ବବୁଲ ଦାସଙ୍କୁ ବିଏମସି କାର୍ଯ୍ଯାଳୟ ନିକଟରୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Details of the accused persons:

1.Babul Das (25), S/O- Prafulla Das, At- Jagannathprasad, PS- Gania, Dist- Nayagarh.

LEAVE A REPLY

Please enter your comment!
Please enter your name here