Khandagiri PS Case No.87, accused arrested

0
349

By Our Correspondent

BHUBANESWAR:   Khandagiri PS Case No.87, dtd.26.02.2023, U/s- 294/506/436/427/379/34 IPC. PO: Near Kharvel Park, Dumuduma, PS- Khandagiri, BBSR UPD.

Gist of the FIR:

ଗତ ତ.୨୬.୦୨.୨୦୨୩ ରିଖରେ ଅଭିଯୋଗକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କ ଅଭିଯୋଗ ଭିତ୍ତିରେ ଖଣ୍ଡଗିରୀ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ଡୁମୁଡୁମା ଅନ୍ତର୍ଗତ ଖାରବେଳପାର୍କ ନିକଟରେ ଏକ ପ୍ଲଟ ଅଛି । ଘଟଣା ଦିନ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ଉକ୍ତ ପ୍ଲଟରେ ଥିବା ପାଚେରୀକୁ ଭାଙ୍ଗିଦେବା ସହିତ ସେଠାରେ ଥିବା ଘରକୁ ଭାଙ୍ଗିବା ନିମନ୍ତେ ଉଦ୍ୟମ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇବା ପରେ ଅଭିଯୋଗକାରୀ ଜଣକ ତାଙ୍କର କେତେକ ସହକର୍ମୀଙ୍କୁ ନେଇ ଘଟଣା ସ୍ଥଳକୁ ଯାଇଥିଲେ । ସେଠାରେ ସେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଏସବୁ ନକରିବା ନିମନ୍ତେ ବାରଣ କରିଥିଲେ ।

ଏଥିରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଉତକ୍ଷିପ୍ତ ହୋଇ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ଅଭିଯୋଗକାରୀ ଜଣକ ଅନ୍ୟଉପାୟ ନପାଇ ପିସିଆରକୁ ସୂଚନା ଦେଇଥିଲେ । ସୂଚନା ପାଇ ପିସିଆର ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଭିଯୋଗକାରୀ ଜଣକ ପିସିଆର କର୍ମଚାରୀଙ୍କ ସହିତ ମିଶି ଘରଭିତରକୁ ଯାଇ, ଭିତରେ ଥିବା ୫୦ଟି ସିମେଣ୍ଟ ପ୍ଯାକେଟ, ପାଇପ, ଗ୍ଯାସ ସିଲିଣ୍ଡର ଏବଂ ଷ୍ଟୋଭ ଇତ୍ୟାଦି ଚୋରୀ ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଘଟଣାର ଅଭିଯୋଗପରେ ଖଣ୍ଡଗିରୀ ଥାନା ପୁଲିସ ତଦନ୍ତ କରି ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

Jagan @Jagannath Rao (32), S/O- Basudev Rao, At- Plot No.13, Somananth Villa, Kolathia, PS- bharatpur, Bhubaneswar UPD.

LEAVE A REPLY

Please enter your comment!
Please enter your name here