Khandagiri PS Case No-490, accused arrested

0
277

By Biswanath Dash

BHUBANESWAR: Khandagiri PS Case No.490, Dt.05.11.2023, U/s-457/380/307/506/34 IPC.PO: Raghunath Nagar, PS- Khandagiri, Bhubaneswar UPD.

Gist of the Case:

ଖଣ୍ଡଗିରି ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ କାର୍ତ୍ତିକ ସାହୁଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ପରିବାର ସହିତ ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥନଗର ଅଞ୍ଚଳରେ ରୁହନ୍ତି । ଘଟଣା ଦିନ ବିଳମ୍ବିତ ରାତିରେ ଅଭିଯୋଗକାରୀଙ୍କ ଅଜା ଏକାକୀ ଘରେ ଶୋଇଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀ ଘରେ ପଶି ବାକ୍ସ ତାଲା ଭଙ୍ଗି ୩୫,୦୦୦ ଟଙ୍କା ଏବଂ ସୁନା ଅଳଙ୍କାର  ଲୁଟିବା ସମୟରେ ସେ ଉଭୟ ଅଭିଯୁକ୍ତଙ୍କୁ ବିରୋଧ କରିଥିଲେ ।

ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଉତ୍ତ୍ୟକ୍ତ ହୋଇ ଏକ କୁରାଢି ସାହାଯ୍ୟରେ ଅଭିଯୋଗକାରୀଙ୍କ ଅଜାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ମରଣାନ୍ତକ ଆକ୍ରମଣ କରିବା ସହିତ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ଏହି ଆକ୍ରମଣରେ ଅଭିଯୋଗକାରୀଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ ।

ତାଙ୍କ ପାଟି ଶୁଣି ଆଖପାଖରେ ଥିବା ପଡୋଶୀ ମାନେ ଆସି ତାଙ୍କୁ ଉଦ୍ଧାର କରିବା ସହିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଘଟଣାର ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ରଘୁନାଥନଗର ଅଞ୍ଚଳରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମାଲାର ତଦନ୍ତ କାର୍ଯ୍ୟ ଜାରିରହିଛି ।

Name and Address of Accused Persons:

1.         Babula Sahoo (43), S/O- Late Narana Sahoo of Vill- Borasingi, PS- Kabisuryanagar, Dist- Ganjam, At/Pr- Raghunath Nagar, PS- Khandagiri, Bhubaneswar UPD.

Seizure:

1.         Weapon of the offence, one axe.

LEAVE A REPLY

Please enter your comment!
Please enter your name here