Khandagiri PS Case No-274, accused arrested

0
610

By Our Correspondent

BHUBANESWAR: Khandagiri PS Case No-274, dtd.27.06.2023, U/S- 302/307 IPC.PO: Siripur Market, Near Gopabandhu Chowk, Bhubaneswar UPD.

Gist of the Case:

ଖଣ୍ଡଗିରି ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ମୃତକ ଶ୍ରୀ ଅମିତ କାନୁନଗୋ ଏକ କୋ-ଅପରେଟିଭ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଶିରିପୁର ମାର୍କେଟରେ ଏକ ପାନ ଦୋକାନ କରିଥିଲେ, ଏବଂ ଉଭେଙ୍କର ପରସ୍ପର ସହିତ ଚିହ୍ନାପରିଚୟ ଥିଲା । ବ୍ୟବସାୟରେ କିଛି ଟଙ୍କା ଦରକାର ପଡିବାରୁ ଅଭିଯୁକ୍ତ ବିକାଶ, ମୃତକ ଶ୍ରୀ ଅମିତ କାନୁନଗୋଙ୍କ ନିକଟରୁ କିଛି ଟଙ୍କା ଧର ସୂତ୍ରରେ ଆଣିଥିଲେ । ସେଥିରୁ କିଛି ଟଙ୍କା ସେ ଫେରାଇ ଥିବା ବେଳେ ଆଉ କିଛି ଟଙ୍କା ବାକି ଥିଲା ।

ଘଟଣା ଦିନ ରାତିରେ ମୃତକ ଶ୍ରୀ ଅମିତ କାନୁନଗୋ, ତାଙ୍କର ଜଣେ ବନ୍ଧୁ ଦ୍ଵାରି ଓରଫ ଶ୍ରୀ ଲକ୍ଷ୍ମୀଧର ନାୟକଙ୍କୁ ସାଙ୍ଗରେ ନେଇ ଧାର ଟଙ୍କା ମାଗିବା ନିମନ୍ତେ ଶିରିପୁର ମାର୍କେଟରେ ଥିବା ଅଭିଯୁକ୍ତ ବିକାଶଙ୍କ ଦୋକାନ ନିକଟକୁ ଆସିଥିଲେ । ଧାର ଟଙ୍କା ମାଗିବାକୁ ନେଇ ସେଠାରେ ପରସ୍ପର ମଧ୍ୟରେ ଝଗଡା ହୋଇଥିଲା । ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ବିକାଶ ମହାପାତ୍ର ହଠାତ ଉତ୍ତ୍ୟକ୍ତ ହୋଇ ଉଭୟଙ୍କୁ  ପ୍ରବଳ ମାଡ଼ ମାରିଥିଲେ । ମାଡରେ ଉଭୟ ଗୁରୁତର ଆହତ ହେବା ସହିତ ଅଚେତ ହୋଇ ତଳେ ପଡ଼ିଯାଇଥିଲେ ।

ସ୍ଥାନୀୟ ଜଣେ ବ୍ୟକ୍ତି ଦ୍ଵାରି ଓରଫ ଶ୍ରୀ ଲକ୍ଷ୍ମୀଧର ନାୟକଙ୍କୁ ଅଚେତ ହୋଇ ତଳେ ପଡିଥିବା ଦେଖିପାରି ୧୦୮ ଅମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟଲକୁ ସ୍ଥାନାନ୍ତର କରିଥିଲେ, ଏବଂ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସ୍ବାମୀ ମଦ ପିଇ ଶିରିପୁର ମାର୍କେଟ ରାସ୍ତାରେ ପଡିଛନ୍ତି ବୋଲି ମୃତକଙ୍କ ପତ୍ନୀଙ୍କୁ, ଅଭିଯୁକ୍ତ ବିକାଶ ମହାପାତ୍ର ଫୋନ କରି ଜଣାଇଥିଲେ । ମୃତକଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହାୟତାରେ ତାଙ୍କୁ ଜାଗମରା ସ୍ଥିତ କ୍ରୀଷ୍ଣା ଗାର୍ଡେନରେ ଥିବା ଘରକୁ ନେଇଯାଇଥିଲେ ।

ସେଠାରେ ମଧ୍ୟ ମୃତକ ଅମିତଙ୍କ ଚେତା ନଫେରିବାରୁ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ, ଯେଉଁଠାରେ କି ଡକ୍ଟର ଅମିତଙ୍କୁ ମୃତ ଘୋଷଣା କରିଥିଲେ । ମେଡ଼ିକାଲ ଅଫିସରଙ୍କ ନିକଟରୁ ଏହି ଘଟଣା ସମ୍ପର୍କରେ ସୂଚନା ପାଇ, ଖଣ୍ଡଗିରି ଥାନା ପୁଲିସ ନିଜଆଡୁ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତ ବିକାଶ ମହାପାତ୍ରଙ୍କୁ ଗିରଫ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Bikash Mohapatra, S/O- Laxmidhar Mohapatra of Siripur Sabar Sahi, PS- Khandagiri, Bhubaneswar UPD.

Article Seized:One Mobile Phone.

LEAVE A REPLY

Please enter your comment!
Please enter your name here