By Our Correspondent
NEW DELHI/BHUBANESWAR: “Great news!Earlier today at Bhubaneswar Airport, my team received Ajit Kumar Biswal of Kendrapada, Odisha, who had been facing difficulties in the UAE. At his family’s request, I had followed up with our embassy & consulate for his repatriation,” BJP National VP Baijayant Jay Panda tweeted @PandaJay.
ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆଜି ଦୁବାଇରୁ ଫେରିଛନ୍ତି ନିଖୋଜ ହେଇଥିବା ଓଡିଆ ଯୁବକ ଅଜିତ ବିଶ୍ବାଳ ତାଙ୍କୁ ସ୍ବଦେଶ ଫେରାଇଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ଜାନୁୟାରୀ ୧୨ ତାରିଖରେ ପତ୍ର ଲେଖି ଶ୍ରୀଯୁକ୍ତ ପଣ୍ଡା ନିବେଦନ କରିଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅର୍ନ୍ତଗତ ଖଡିପାଳ ଗ୍ରାମର ଦିପ୍ତୀରେଖା ବିଶ୍ବାଳଙ୍କ ସ୍ବାମୀ ଅଜିତ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଗତ ଜାନୁୟାରୀ ୧ ତାରିଖରେ ଅଜିତ ଏବଂ ତାଙ୍କ ବନ୍ଧୁ ସୁଶାନ୍ତ ସାହୁ ଉଭୟ କୋଭିଡ୍ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡିବା ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଦୁଇ ଦିନ ଚିକିସା ପରେ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନନ୍ତରିଣ କରାଯାଇଥିଲା। ସୁଶାନ୍ତ ସୁସ୍ଥ ହେବା ପରେ ଅଜିତଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ଅଜିତଙ୍କ କୌଣସି ଖୋଜଖବର ମିଳିନଥିଲା ଓ ଏନେଇ ସୁଶାନ୍ତ ଅଜିତ ପରିବାରଙ୍କୁ ଜଣାଇଥିଲେ।
ପରିବାର ଲୋକ ବହୁ ଚେଷ୍ଟା କରି ବିଫଳ ହେବା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲେଖିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ଅଜିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ।
ଆଜି ଭୂବନେଶ୍ବର ବିମାନ ବନ୍ଦରରେ ଅଜିତ ପହଞ୍ଚିବାପରେ ଶ୍ରୀଯୁକ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଶ୍ରୀଯୁକ୍ତ ପଣ୍ଡାଙ୍କ ତ୍ବରିତ ହସ୍ତକ୍ଷେପ ପାଇଁ ଅଜିତଙ୍କ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି ଏବଂ ଦୂତାବାସର ତ୍ବରିତ ପଦକ୍ଷେପ ପାଇଁ ଶ୍ରୀଯୁକ୍ତ ପଣ୍ଡା ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଜଣାଇଛନ୍ତି।