Kalyan Mandap of NALCO Nagar Truck Owners Welfare Association inaugurated at Kulad in Angul

0
628

By Our Correspondent

ANGUL/BHUBANESWAR: ଆମ ଅନୁଗୋଳ ଅଞ୍ଚଳରେ ଆମେ ନୂଆ ସୁଯୋଗ ସୃଷ୍ଟି କରିବା । ଏଥିପାଇଁ ସ୍ଥାନୀୟ ଲୋକମାନେ ବଡ ଭାବିବା ଦରକାର । ବଡ଼ ଭାବିଲେ ଓ ବଡ଼ ସ୍ୱପ୍ନ ଦେଖିଲେ ଆମେ ବଡ଼ ହୋଇ ପାରିବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପବିତ୍ର ‘ଅକ୍ଷୟ ତୃତୀୟା’ ଅବସରରେ ଅନୁଗୋଳ ଜିଲ୍ଲା ନାଲକୋନଗର କୁଲାଡ ଠାରେ ଟ୍ରକ ମାଲିକ କଲ୍ୟାଣ ସଂଘର ନୂତନ କଲ୍ୟାଣ ମଣ୍ଡପର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମେ ସମସ୍ତେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂସ୍କାରରେ ଅନୁପ୍ରାଣିତ । ଓଡ଼ିଆ ଲୋକ ପାଖରେ ଦୁଇ ପଇସା ଆସିଲେ ନିଜ ପାଇଁ ନୁହେଁ ବରଂ ମନ୍ଦିର ତିଆରି ପାଇଁ ଅର୍ଥଦାନ ତଥା ଗାଁ ପାଇଁ ନୂଆ ଯୋଜନା ତିଆରି କରିବାର ଇଚ୍ଛା ରଖେ । ତେଣୁ ଆମେ ରାଜା ସୋମନାଥ ସିଂହ, ଶହୀଦ ବାଜି ରାଉତଙ୍କ ତ୍ୟାଗ ଓ ବିଚାରକୁ ଅନୁସରଣ କରିବା ଏବଂ ସ୍ୱୟଂ ପାଇଁ ନୁହେଁ, ସମୂହଙ୍କ କଲ୍ୟାଣ ପାଇଁ ଚିନ୍ତା କରିବା । ଅନୁଗୋଳର ସ୍ଥାନୀୟ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ସହ ଆମ ସମାଜରେ ସମ୍ପନ୍ନତା ବଢୁ, ଏହା ହିଁ ଆଜି ‘ଅକ୍ଷୟ ତୃତୀୟା’ର ଶୁଭ ଅବସରରେ ଆମର ସଂକଳ୍ପନା ହେଉ ।

ଦେଶରେ ଏକ ଲୋକପ୍ରିୟ ସରକାର ନରେନ୍ଦ୍ର ମୋଦିଙ୍କ ସରକାର ଚାଲିଛି ।  ପ୍ରଧାନମନ୍ତ୍ରୀ ମୋଦି ବଡବଡିଆଙ୍କ ଘରକୁ ବଡ କରିବା ପାଇଁ ନୁହେଁ ବରଂ କୁଲାଡ ଭଳି ଅଞ୍ଚଳରେ ସ୍କୁଲ ତିଆରି କରିବା ଓ ଜନକଲ୍ୟାଣ ପାଇଁ ଅର୍ଥ ଦେଉଛନ୍ତି । ଆମ ଜିଲ୍ଲାକୁ ଆସୁଥିବା ଅର୍ଥକୁ ଆମକୁ ଆଣିବାକୁ ହେବ ।

ଓଡ଼ିଶାର ଖଣି ସମୃଦ୍ଧ ଅଞ୍ଚଳ ଅନୁଗୋଳର ରାଜସ୍ୱକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଖଣି କ୍ଷେତ୍ରରେ ନୂଆ ନୂଆ ସଂସ୍କାର ଆଣିଛନ୍ତି । ବିଶେଷ ନୀତି କାରଣରୁ ଓଡ଼ିଶା ଓ ଅନୁଗୋଳ ବିପୁଳ ରାଜସ୍ୱ ପାଉଛି । ପୂର୍ବରୁ ଓଡ଼ିଶାକୁ କେବଳ ୫,୦୦୦ କୋଟି ରାଜସ୍ୱ ମିଳୁଥିଲା । ପ୍ରଧାନମନ୍ତ୍ରୀଙ୍କ ବିଶେଷ ନୀତି କାରଣରୁ ଓଡ଼ିଶାକୁ ଆଜି ୫୦,୦୦୦ କୋଟି ଟଙ୍କାର ରାଜସ୍ୱ ମିଳୁଛି । କୁଲାଡ ଭଳି ଅଞ୍ଚଳର ବିକାଶ ପାଇଁ ଡିଏମଏଫ ପାଣ୍ଠି ଗଠନ ହୋଇଛି । ଜନଜାତି ଓ ଗରିବଙ୍କ ବିକାଶ ପାଇଁ ଗଠିତ ଡିଏମଏଫରେ ଅନୁଗୋଳ ପ୍ରାୟ ୧୦୦୦ କୋଟି ଟଙ୍କା ପାଉଛି । ଅପରପକ୍ଷରେ ଦେଶର ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୁରୁଣା ବାସଭବନର ରକ୍ଷଣାବେକ୍ଷଣ ଠିକରେ ହେଉନଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି । ତରବରିଆ ଭାବରେ ପ୍ରଶାସନ ପକ୍ଷରୁ ତାଙ୍କର ନକଲି ପ୍ରତିମୂର୍ତ୍ତି ଲଗାଯାଉଛି, ଯାହା ଦୁଃଖର ବିଷୟ ।

ଅନୁଗୋଳର କୁଲାଡ ଗ୍ରାମକୁ ଆସିବା ମୋ ପାଇଁ ସୌଭାଗ୍ୟ । ଏଠାକାର ଜନଆଶୀର୍ବାଦ ଏବଂ ଉତ୍ସାହ ସବୁବେଳେ ଅଭୂତପୂର୍ବ । ନାଲକୋନଗର ଟ୍ରକ ମାଲିକ କଲ୍ୟାଣ ସଂଘର ସଦସ୍ୟମାନେ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଡି ହେଇ ନୂତନ କଲ୍ୟାଣ ମଣ୍ଡପ ଉଦଘାଟନ କରିବା ଖୁସିର ବିଷୟ । ଆଜି ଉଦଘାଟିତ କଲ୍ୟାଣ ମଣ୍ଡପ ଦ୍ୱାରା ସ୍ଥାନୀୟ ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ବିଭିନ୍ନ ସାମାଜିକ  କାର୍ଯ୍ୟକ୍ରମ, ବିବାହ କାର୍ଯ୍ୟକ୍ରମ ଏଣିକି ଏଠାରେ ଆୟୋଜନ କରାଯିବ । ଏହା ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଭାବେ ସହାୟକ ହେବ । ଏହି ନୂତନ ମଣ୍ଡପ ନିର୍ମାଣ ପାଇଁ ସହଯୋଗୀ ହୋଇଥିବା ଟ୍ରକ ମାଲିକ ସଂଘର ସଦସ୍ୟ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here