JSW Steel’s ISP in Odisha’s Jagatsinghpur: Demarcation of Betel Vines in Govindpur Village Completes

    0
    844

    By Our Correspondent

    PARADIP/BHUBANESWAR: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ର ଢ଼ିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଆଜି ଢ଼ିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର ଗାଁରେ  ପାନ ବରଜ ଅଧିଗ୍ରହଣ  କାର୍ଯ୍ୟ ଶେଷ କରାଯାଇଛି। ଏହି ଗାଁରେ  ଆଜି ୬ ଟି  ପାନବରଜ ମାପଚୁପ କରାଯାଇଥିଲା ବେଳେ ସମୁଦାୟ ଏହି ଗାଁରେ ଥିବା ୬୦ ଟି ପାନବରଜ ସମ୍ପୂର୍ଣ୍ଣ ଭାବେ ମାପଚୁପ ଶେଷ କରାଯାଇଛି।ଏଥ ମଧ୍ୟରୁ ୧୨ ଜଣ ଲୋକଙ୍କୁ ସେମାନଙ୍କର କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥି ସହିତ ଗତକାଲି ଠାରୁ ଢ଼ିଙ୍କିଆ ପଞ୍ଚାୟତର ପାଟଣା ଗାଁରେ ପାନବରଜ ମାପଚୁପ ଆରମ୍ଭ ହୋଇଥିଲା ବେଳେ ଆଜି ସେହି ଗାଁର ଚନ୍ଦନ ମହାନ୍ତି, ରବି ସାହୁ, ଙ୍କ ପାନବରଜ କରାଯାଇଛି।

     ବିଗତ ଦିନରେ ପୋସ୍କୋ କମ୍ପାନୀ ପାଇଁ ଚନ୍ଦନ ମହାନ୍ତି ପ୍ରମୁଖ କିଛି ପରିବାର ବିସ୍ଥାପିତ ହୋଇଥିଲା ବେଳେ ଦୀର୍ଘ ଦିନ ଧରି ଗାଁ ବାହାରେ ଅସ୍ଥାୟୀ ଶିବିରରେ ରହିଥିଲେ। ଜେ ଏସ ଡଃ ବ୍ଲୁ କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପୂର୍ବରୁ ଗତ ୨୧ ତାରିଖରୁ ପ୍ରସ୍ତାବିତ ଅଞ୍ଚଳରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଜାରି ରହିଛି। ଆଜି ଏରସମା ତହସିଲଦାରଙ୍କ ସହିତ ଅତିରିକ୍ତ ତହସିଲଦାରଙ୍କ ତତ୍ତ୍ଵାବଧାନରେ ଅତିରିକ୍ତ ତହସିଲଦାର ବିରିଡ଼ି, ରଘୁନାଥପୁର ଓ ଜଗତସିଂହପୁର,, ସ୍ଥାନୀୟ ଅଭୟଚାନ୍ଦପୁର ଥାନା ଅଧିକାରୀଙ୍କ ସହିତ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇଥିଲା।

    ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ କମ୍ପାନୀ ପକ୍ଷରୁ ପାନବରଜ କ୍ଷତିପୂରଣ ଓ ସହାୟତା ରାଶି ସମ୍ପର୍କରେ ଏକ ଜରୁରୀ ଘୋଷଣା କରାଯାଇଛି। ପାନବରଜ ଭଙ୍ଗା ହେବା ତାରିଖ ଗତ ୨୨ତାରିଖରୁ ପନ୍ଦର ଦିନ କାର୍ଯ୍ୟ ଦିବସ ମଧ୍ୟରେ ଅର୍ଥାତ ଜାନୁଆରୀ ମାସ ୭ ତାରିଖ ମଧ୍ୟରେ ଯେଉଁ ମାନେ ନିଜେ ନିଜର ପାନବରଜ ଭାଙ୍ଗି ଦେଵେ ସେମାନଙ୍କୁ କମ୍ପାନୀ ପକ୍ଷରୁ ୫୦ ହଜାର ଟଙ୍କାର ଅଧିକ ବୋନସ ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ସାଧାରଣତଃ ପ୍ରସ୍ତାବିତ ଅଞ୍ଚଳରେ ପାନବରଜ ଦେବା ପାଇଁ ଲୋକଙ୍କ ସହମତି ଦେଖା ଯାଉଥିବା ବେଳେ ଆଗ୍ରହ ପ୍ରକାଶ ପାଉଥିବାର ଦେଖାଯାଇଛି।

    LEAVE A REPLY

    Please enter your comment!
    Please enter your name here