JSW Steel Distributes Relief Materials in Flood Hit Jagatsinghpur

0
477
JSW Steel Distributes Relief Materials in Flood Hit Jagatsinghpur in Odisha

By Our Correspondent

BHUBANESWAR/PARADIP: ଜଗତସିଂହପୁର ଜିଲ୍ଲାର ମହାନଦୀରେ ଚଳିତ ବର୍ଷ ମାତ୍ରାଧିକ ପାଣି ଆସିବାରୁ ନଦୀ କୂଳିଆ ପଞ୍ଚାୟତର ବହୁ ଗାଁ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ସହାୟତା ପ୍ରଦାନ ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କ ଜରିଆରେ ଜେ ଏସ ଡ ବ୍ଲୁ କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରକାରର ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି।

ବନ୍ୟା ପରିସ୍ଥିତି କୁ ଲକ୍ଷ୍ୟ କରି ଜେ ଏସ ଡ ଫାଉଣ୍ଡେସନ ପକ୍ଷରୁ ଜିଲାର ସର୍ବାଧିକ କ୍ଷତିଗ୍ରସ୍ତ କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକକୁ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯାଇଛି। ଏଥିରେ ତିର୍ତ୍ତୋଲ ବ୍ଲକକୁ ୪୪,୯୨୮ ପ୍ୟାକେଟ ବିସ୍କୁଟ, ଦୁଇ ଶହ ଗ୍ରାମ ଓଜନ ୪୫୦୦ ପ୍ୟାକେଟ ଅମୁଲ,୪୫୦୦ ପ୍ୟାକେଟ ସାନିଟାରୀ ପ୍ୟାଡ,୨୨.୫୦୦ ଟି ମହମବତୀ,୨୫.୨୦୦ ଟି ଦିଆସିଲି ଓ ୩୫୦୦ ମଶାଧୁପ ପ୍ୟାକେଟ ପ୍ରଦାନ କରାଯାଇଛି। ସେହିପରି କୁଜଙ୍ଗ ବ୍ଲକରେ ମଧ୍ୟ ୫୫.୧୫୨ ଟି ବିସ୍କୁଟ,୫୫୪୦ ଟି ଅମୁଲ ପ୍ୟାକେଟ,୫୫୦୦ ଟି ସାନିଟାରୀ ପ୍ୟାଡ,୨୭.୫୦୦ ମହମବତୀ,ଓ ୨୪.୮୦୦ ଦିଆସିଲ ସହିତ ୪୫୦୦ ଟି ମଶାଧୁପ ପ୍ୟାକେଟ ପ୍ରଦାନ କରାଯାଇଛି।

ଆଜି ଜେ ଏସ ଡ ଇନଫ୍ରାର ଅଧିକାରୀ ବିଶ୍ବ ପଟ୍ଟନାୟକ,ସି ଏସ ଆର ମୁଖ୍ୟ ଅଭିଜିତ ମହାନ୍ତି, ନରେନ୍ଦ୍ର କୁମାର ବାରିକ,ଜେ ଏସ ଡ ବ୍ଲୁ ଉତ୍କଳ ଷ୍ଟିଲର ବରିଷ୍ଠ ଅଧିକାରୀ ସୁବାଷ ପରିଡ଼ା,ଲୋକ ସମ୍ପର୍କ ଅଧିକାରୀ ପିନାକୀ ମହାନ୍ତି, ପ୍ରମୁଖ ଆଜି ବନ୍ୟା ପ୍ରଭାବିତ କୁଜଙ୍ଗ ବ୍ଲକର  ବଡ଼ ବାଲିକଣି, ହଂସୁରା,ଜିଲାନାସୀ ଆଦି ପଞ୍ଚାୟତ ବୁଲି ବନ୍ୟା ବିପନ୍ନଙ୍କୁ ଭେଟିଥିଲେ। ଏଥି ସହିତ କେତେକ ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟଙ୍କ ଉପସ୍ଥିତରେ ରିଲିଫ ସାମଗ୍ରୀ ପ୍ରଦାନ କରିଥିଲେ।

ଆଜି କମ୍ପାନୀ ପକ୍ଷରୁ ଏହି ଅଧିକାରୀ ମାନେ ଜିଲାପାଳ ଶ୍ରୀମତୀ ପାରୁଲ ପଟୱଆରୀ ଓ ଉପ ଜିଲ୍ଲାପାଳ ଧର୍ମେନ୍ଦ୍ର ମଲିକଙ୍କୁ ଭେଟି ଜିଲ୍ଲା ପ୍ରଶାସନଙ୍କୁ ସମସ୍ତ ସହାୟତା ପ୍ରଦାନ କରିବାକୁ ସହମତି ପ୍ରଦାନ କରିଥିଲେ। ଜିଲାପାଳ ଶ୍ରୀମତୀ ପାରୁଲ ପଟୱଆରୀ ଜେ ଏସ ଡ ବ୍ଲୁ କମ୍ପାନୀର ଏଭଳି କାର୍ଯ୍ୟକୂ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଥିଲେ।

ଏଥି ସହିତ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ସେହିପରି କୁଜଙ୍ଗ ବ୍ଲକର ବିଡିଓ ସୈମ୍ୟଶ୍ରୀ ପାଣିଗ୍ରାହୀ, ତିର୍ତ୍ତୋଲ ବ୍ଲକ ବିଡିଓ ଅଟକ ବିହାରୀ ସ୍ବାଇଁ,ଜେ ଏସ ଡ ଫାଉଣ୍ଡେସନର ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ପ୍ରଦାନ କରି ଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ବଡ଼ ବାଲିକଣି ପଞ୍ଚାୟତର ସରପଞ୍ଚ ସୁଯୋତ୍ସ୍ଳା ସିଂ, ହଂସୁରା ପଞ୍ଚାୟତର ସରପଞ୍ଚ ରମେଶ ମଲ୍ଲିକ,ସାଇଲୋ ପଞ୍ଚାୟତର ସରପଞ୍ଚ ସରୋଜ ସେଠୀ ପ୍ରମୁଖ ଜେ ଏସ ଡ ବ୍ଲୁ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ କମ୍ପାନୀ ପକ୍ଷରୁ ମଧ୍ୟ ବିଭିନ୍ନ ସହାୟତା ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here