Jatni PS Case No-286, accused arrested

0
143
Biju Behera (30), S/O- Nibasi Behera, At- Ward No- 20, Loco Colony, PS- Jatni, BBSR UPD

By Our Correspondent

BHUBANESWAR: Jatni P.S Case No-286, dtd.12.07.2024, U/S- 126 (2)/296/74/78/351(2) BNS.PO: Ward No-20, LOCO Colony, PS- Jatni, BBSR UPD.

ଜଟଣୀ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଏବଂ ନିମ୍ନୋକ୍ତ ଅଭିଯୁକ୍ତ ଜଟଣୀ ଥାନା ଅନ୍ତର୍ଗତ ଲୋକୋ କଲୋନୀର ୱାର୍ଡ ନମ୍ବର-୨୦ରେ ରୁହନ୍ତି । ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ଗତ ପାଞ୍ଚ ବର୍ଷ ହେବ ଏକ ପାଖିଆ ଭଲପାଇ ଆସୁଥିବା ବେଳେ, ଅଭିଯୋଗକାରିଣୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ । ଏହି ରାଗରେ ଗତ କାଲି ସନ୍ଧ୍ୟାରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ଘରକୁ ଯାଇ ତାଙ୍କୁ ଏବଂ ତାଙ୍କ ବଡ ଭଉଣୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଉଭୟଙ୍କୁ ଏକ ଶକ୍ତ ଧକା ପକାଇଥିଲେ ।

ଉଭୟ ଭଉଣୀ ଅଭିଯୁକ୍ତଙ୍କ ଏହି କାର୍ଯ୍ୟ କଳାପରେ ଭୟଭୀତ ହୋଇ ବଡ ପାଟିରେ ଡାକ ପକାଇଥିଲେ । ଉଭୟଙ୍କ ଡାକ ଶୁଣି ପରିବାର ସଦସ୍ୟ ତଥା ପାଖ ପଡିଶା ପଳାଇ ଆସିବାରୁ ଅଭିଯୁକ୍ତ ଜଣକ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିଲେ ।

ଏନେଇ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

  1. Biju Behera (30), S/O- Nibasi Behera, At- Ward No- 20, Loco Colony, PS- Jatni, BBSR UPD.

 

 

LEAVE A REPLY

Please enter your comment!
Please enter your name here