Jatni PS Case No-271, accused forwarded to Court

0
392

By Our Correspondent

BHUBANESWAR: Jatni PS Case No-271, dtd-24.07.2023, U/S-341/294/323/307/354 (B)/506 IPC.PO: Vill- Baraora, PS- Jatni, BBSR UPD.

Gist of the Case:

ଜଟଣୀ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତରେ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀଙ୍କ ସ୍ବାମୀ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ୨୦୦୦୦ ଟଙ୍କା ଧାର ସୂତ୍ରରେ ଦେଇଥିଲେ । ଅଭିଯୁକ୍ତ ଜଣକ ଟଙ୍କା ନେବା ପରେ ଆଉ ଫେରାଇ ନଥିଲେ । ଗତ ତା.୨୦.୦୭.୨୦୨୩ ରିଖ ଦିନ ଅଭିଯୋଗକାରିଣୀ ଏବଂ ତାଙ୍କ ସ୍ବାମୀ ନିମ୍ନୋକ୍ତ ଅଭିଯୁକ୍ତଙ୍କ ନିକଟକୁ ଯାଇ ଧାର ଟଙ୍କା ଫେରାଇବା ଲାଗି କହିବାରୁ, ଅଭିଯୁକ୍ତ ଜଣକ ରାଗ ରଖି ସ୍ବାମୀଙ୍କ ଅନୁପସ୍ଥିତିରେ ଅଭିଯୋଗକାରିଣୀଙ୍କ ଘରକୁ ଯାଇଥିଲେ । ସେଠାରେ ଅଭିଯୋଗକାରିଣୀ ଏବଂ ନିମ୍ନୋକ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଏବଂ ଅଭିଯୁକ୍ତ ଜଣକ ସେଠାରେ ତାଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ ।

 ଅଭିଯୋଗକାରିଣୀଙ୍କ ନିକଟରୁ ସମସ୍ତ ଘଟଣା ଶୁଣିବା ପରେ ତାଙ୍କ ସ୍ବାମୀ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଅଭିଯୁକ୍ତଙ୍କ ନିକଟକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ଏକ ଥଣ୍ଡାପାନୀୟ ବୋତଲ ସହାୟତାରେ ଅଭିଯୋଗକାରିଣୀଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅଭିଯୋଗକାରିଣୀଙ୍କ ସ୍ବାମୀ ଗୁରୁତର ଆହତ ହୋଇଥିଲେ । ଘଟଣାର ଅଭିଯୋଗ ପରେ ଜଟଣୀ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । 

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

1.         Chiranjeebi Swain @Raban Swain (24), S/O- Chintamani Swain @Kalia Swain of Vill- Baraora, PO- Argul, PS- Jatni, BBSR UPD.

LEAVE A REPLY

Please enter your comment!
Please enter your name here