International Labour Day: Kendu Leaf Pluckers-Binders-Seasonal Staffs and Workers in Odisha on warpath

0
384

By Our Correspondent

BARGARH/BHUBANESWAR:  ପଦ୍ମପୁର ଉପ ନିର୍ବାଚନ ସମୟରେ ଓଡିଶାର ମୁଖ୍ଯମନ୍ତ୍ରୀ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳୀ,ବନ୍ଧେଇ ଶ୍ରମିକ,ସିଜିନାଲ କର୍ମଚାରୀଙ୍କୁ ଅନେକ ପ୍ରତିଶୃତି ଦେଇଥିବା ସତ୍ତ୍ବେ ଆଜି ଯାଏ ଗୋଟିଏ ମଧ୍ଯ ପ୍ରତିଶୃତି ରାଜ୍ଯ ସରକାର ପୁରଣ କରି ନଥିବାରୁ ସାରା ରାଜ୍ୟରେ ଆଜି ବିଶ୍ଵ ଶ୍ରମିକ ଦିବସରେ କେନ୍ଦୁପତ୍ର ତୋଳାଳୀ,ସିଜିନାଲ କର୍ମଚାରୀ ମାନେ କଲା ବ୍ଯାଚ ପିନ୍ଧି ପ୍ରତିବାଦ କରିଛନ୍ତି  ।

 ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ବାନରେ ରାଜ୍ଯର ୧୮ ଟି କେନ୍ଦୁପତ୍ର ଡିଭିଜନରେ ଏ ଆନ୍ଦୋଳନ ଚାଳିଛି । ଆଜି  ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ପାଇକମାଲ କେନ୍ଦୁପତ୍ର ରେଞ୍ଜରେ ଶତାଧିକ କେନ୍ଦୁପତ୍ର ତୋଳାଳୀ,ସିଜିନାଲ କର୍ମଚାରୀ,ସିଜି ୱାଚର ମାନେ କଲା ବ୍ଯାଚ ପିନ୍ଧି ଆନ୍ଦୋଳନ କରିଛନ୍ତି । ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମଧ୍ଯ କଲା ବ୍ଯାଚ ପିନ୍ଧି କେନ୍ଦୁପତ୍ର ଶ୍ରମିକଙ୍କ ସହ ଆନ୍ଦୋଳନ ସାମିଲ ହୋଇଥିଲେ  ।

ଓଡ଼ିଶା ସରକାରଙ୍କ ଠାରେ ଆଜି ଆନ୍ଦୋଳନ ଜରିଆରେ କେନ୍ଦୁପତ୍ର ଶ୍ରମିକଙ୍କ ବିଭିନ୍ନ ଦାବୀ ଉପସ୍ଥିତ କରାଯାଇଛି  । ଦାବୀ ଗୁଡିକ ମଧ୍ଯରେ କେନ୍ଦୁପତ୍ର ତୋଳାଳି ବନ୍ଧେଇ ଶ୍ରମିକ ସିଜିନାଲ କର୍ମଚାରୀ ମାନଙ୍କୁ ଅତିଶୀଘ୍ର ୨୦୨୨ ବୋନସ ପ୍ରଦାନ କରାଯାଉ,କେନ୍ଦୁପତ୍ର ତୋଳାଳୀଙ୍କ ପତ୍ର ଖରିଦି ଦର ବୃଦ୍ଧି କରିବା,ସିଜିନାଲ କର୍ମଚାରୀ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ କରିବା,ସିଜିନାଲ କର୍ମଚାରୀ ମାନଙ୍କ ଚାକିରୀ ସର୍ତ୍ତାବଳୀ ଲାଗୁକରିବା,ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀ ମାନଙ୍କ ପୁଅ ଓ ଝିଅଙ୍କ ସକାଶେ ଶିକ୍ଷା ସହାୟତା ଓ କନ୍ୟା ବିବାହ ସହାୟତା ଦେବା ଦାବୀ ଉପସ୍ଥାପିତ କରା ଯାଇଛି   ।

ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କରିଛନ୍ତି ଯେ,ଓଡ଼ିଶାର କେନ୍ଦୁପତ୍ର ତୋଳାଲୀ ଓ ଶ୍ରମିକ ମାନଙ୍କୁ ରାଜ୍ଯ ସରକାର ବାରମ୍ବାର ପ୍ରତାରିତ କରି ଘଆସୁଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୩ ସମିହା ରେଢାଖୋଲ ଶ୍ରମିକ ସମାବେଶରେ ସିଜିନାଲ କର୍ମଚାରୀଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯିବାର ଘୋଷଣା କରିଥିଲେ ମଧ୍ଯ ଆଜିଯାଏ ତାହାଲାଗୁ କରା ନଯିବା ଦୁଃଖର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି । ପଦ୍ମପୁର ଉପ ନିର୍ବାଚନ ସମୟରେ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶୃତି ଦେଇଥିଲେ ତାହା କେବେ ପୁରଣ ହେବ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here