
By Our Correspondent
BHUBANESWAR: Infocity PS. Case No-54, Dt.16.02.2025, U/s-108 BNS.PO: PS- Infocity, BBSR UPD.
Gist of the FIR:
ଇନ୍ଫୋସିଟି ଥାନା ପୁଲିସ ଅଭିଯୋଗକାରୀ ସିଦ୍ଧାନ୍ତ ସିଗଦେଲଙ୍କ ଅଭିଯୋଗ କ୍ରମେ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୀଡ଼ିତାଙ୍କ ଘର ନେପାଳରେ ହୋଇଥିବା ବେଳେ, ସେ ଭୁବନେଶ୍ବରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଶିକ୍ଷାଲାଭ କରୁଥିଲେ ଏବଂ ଉକ୍ତ ଶିକ୍ଷାନୁଷ୍ଠାନର ଛାତ୍ରୀ ନିବାସରେ ରହୁଥିଲେ ।
ଗତ ଦୁଇବର୍ଷ ପୂର୍ବେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଇତିମଧ୍ୟରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ଅଗୋଚରରେ ତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ନିଜ ମୋବାଇଲ ଫୋନରେ ଉଠାଇ ନେଇଥିଲେ । ପରେ ଉକ୍ତ ଫଟୋ ଓ ଭିଡିଓକୁ ମାଧ୍ୟମ କରି ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡାର ସୂତ୍ରପାତ ହୋଇଥିଲା । ଏହି କାରଣରୁ ଉଭୟ ଉକ୍ତ ଶିକ୍ଷାନୁଷ୍ଠାନ ଅଧୀନରେ ଥିବା ଆଇଆରଓ ବିଭାଗର ସାହାଯ୍ୟ ନେଇ ଦୁଇ ଦୁଇଥର ଏହି ସମସ୍ୟାର ଆପୋଷ ସମାଧାନ କରାଇଥିଲେ ମଧ୍ୟ କିଛିଦିନ ଯିବା ପରେ ଅଭିଯୁକ୍ତ ଜଣକ ପୂର୍ବବତ ସମ୍ପର୍କ ରଖିବା ଲାଗି ପୀଡିତାଙ୍କ ଉପରେ ଚାପ ପକାଇଥିଲେ ।
କିନ୍ତୁ ପୀଡ଼ିତା ଜଣକ ତାଙ୍କ କଥାରେ ସହମ୍ମତି ପ୍ରକାଶ କରିନଥିଲେ । ଯାହାକୁ ନେଇ ଅଭିଯୁକ୍ତ ଜଣକ ତାଙ୍କୁ ପୁନର୍ବାର ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ଏହି ଘଟଣାରେ ପୀଡ଼ିତା ଜଣକ ଅତ୍ୟନ୍ତ ମାନସିକ ଦୁଶ୍ଚିନ୍ତାରେ ଥିଲେ । ଘଟଣା ଦିନ ଅର୍ଥାତ ଗତ ତା.୧୬.୦୨.୨୦୨୫ ରିଖ ସକାଳେ ଉଭୟଙ୍କ ମଧ୍ୟରେ ପୁନର୍ବାର ଝଗଡା ହୋଇଥିଲା । ସେହିଦିନ ଅପରାହ୍ନରେ ପୀଡ଼ିତା ଜଣକ ନିଜ ରୁମର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ନେଇ, ତାଙ୍କ ସହପାଠୀ ମାନେ ଦେଖିବାକୁ ପାଇଥିଲେ । ତୁରନ୍ତ ସେମାନେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ ଅଭିଯୋଗ ହେବା ପରେ, ଇନ୍ଫୋସିଟି ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ, ରାଜ୍ୟ ବାହାରକୁ ଖସି ପଳାଇବା ଲାଗି ଉଦ୍ୟମ କରୁଥିବା ବେଳେ ଏୟାରପୋର୍ଟ ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ତଦନ୍ତ ସମୟରେ ପୁଲିସ ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ଏବଂ ଏକ ଲାପଟପ ମଧ୍ୟ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।
Name & Address of Accused Persons:
- Advik Srivastav (21), S/O- Manoj Srivastav of Secyor-V, 1/42 Aliganj, PS- Mariyon, Dist- Lucknow, At/Pr- Maa Trivuvan Apartment, Flat No.1cc, First Floor, Block- Chandrapal, BBSR UPD.
Article Seized:
- Mobile Phone & Laptop.