Infocity PS Case No.359, two accused arrested

0
538
Jitu aka Jitendra Samal (20), S/O- Balakrushna Samal of Cluster-1, Sikharchandi Nagar, PS- Infocity, Bhubaneswar UPD, Abhijit Ghadei (22), S/O- Ajay Kumar Ghadei of Vill- Asureswar, PS- Nischintakoili, Dist- Cuttack, At/Pr- KIMS Canteen Hostel, PS- Infocity, Bhubaneswar UPD

By Biswanath Dash

BHUBANESWAR:   Infocity PS Case No.359, dtd.31.10.2023, U/s-457/380 IPC.PO:  LP-11, Prashanti Vihar, PS- Infocity, Bhubaneswar UPD.

Gist of the Case:

ଇନଫୋସିଟି ଥାନା ପୁଲିସ ଅଭିଯୋଗକାରୀ ସିଦ୍ଧାର୍ଥ ସିଂହଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତ ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଇନଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରର ଏଲପି-୧୧ ରେ ରୁହନ୍ତି । ଘଟଣା ଦିନ ରାତିରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଅଭିଯୋଗକାରୀଙ୍କ ଘରର ତାଲା ଭାଙ୍ଗି ଭିତରେ ପଶିବା ସହିତ ୩ଗୋଟି ଲାପଟପ ଚୋରିକରି ନେଇଯାଇଥିଲେ ।

 ଅଭିଯୋଗକାରୀଙ୍କ ଅଭଯୋଗ ଆଧାରରେ ଇନଫୋସିଟି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଏକ ବିଶେଷ ସୂତ୍ର ଆଧାରରେ ଶିଖରଚଣ୍ଡୀ ନଗର ଅଞ୍ଚଳରେ ଚଢଉ କରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ଛାନଭିନ ସମୟରେ ପୁଲିସ ଉଭୟ ଅଭିଯୁକ୍ତଙ୍କ ହେପାଜତରୁ ୩ଟି ଚୋରା ଲାପଟପ ଜବତ କରିଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ଜିତୁ ଓରଫ ଜିତେନ୍ଦ୍ର ସାମଲଙ୍କ ନାମରେ ପୂର୍ବରୁ ମଧ୍ୟ ସମ୍ପୃକ୍ତ ଥାନାରେ ୩ ଗୋଟି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Jitu aka Jitendra Samal (20), S/O- Balakrushna Samal of Cluster-1, Sikharchandi Nagar, PS- Infocity, Bhubaneswar UPD, Abhijit Ghadei (22), S/O- Ajay Kumar Ghadei of Vill- Asureswar, PS- Nischintakoili, Dist- Cuttack, At/Pr- KIMS Canteen Hostel, PS- Infocity, Bhubaneswar UPD.

Article Seized:

1.         Three Laptops.

LEAVE A REPLY

Please enter your comment!
Please enter your name here