Horticulture Department Officials talk to Beneficiaries at JSW Project site in Jagatsinghpur

0
459

By Our Correspondent

PARADIP/BHUBANESWAR: ଜଗତସିଂହପୁର ଜିଲ୍ଲା ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ତିର୍ତ୍ତୋଲ ସ୍ଥିତ ସହକାରୀ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରସ୍ତାବିତ ଜେ ଏସ ଡ ବ୍ଲୁ ପ୍ରକଳ୍ପ ଅଞ୍ଚଳ ଗସ୍ତ କରାଯାଇଥିଲା। ଏଥିରେ ଦୁଇ ଜଣ କ୍ଷେତ୍ର ଅଧିକାରୀ  ଷୋମବାର ଦିନ ଗୋବିନ୍ଦପୁର ଗାଁକୁ ଯାଇ ବିଭିନ୍ନ ଲୋକଙ୍କ ହତାରେ ଥିବା ଗଛ ମାପ କରିଥିଲେ।

ଏଥି ସହିତ ପୂର୍ବରୁ ଯେଉଁ ସବୁ ଗଜ ଚିହ୍ନଟ କରାଯାଇଥିଲା ସେହି ହତାର ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ବିଶେଷ କରି କାଜୁ, ସଜନା, ଆମ୍, ପଣସ ଭଳି ଯେଉଁ ସବୁ ଫଳନ୍ତି ଗଛ ସବୁ ରହିଛି ତାର ସରକାରୀ ମୁଲ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ହିତାଧିକାରୀ ମାନଙ୍କ ଗଛ ଚିହ୍ନଟ ଓ ପରେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ପରେ ସେମାନେ ନିଜ ନିଜର ହତାରୁ ଗଛ କାଟିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ତିର୍ତ୍ତୋଲ ସ୍ଥିତ ସହକାରୀ ଉଦ୍ୟାନ ବିଭାଗ ପକ୍ଷରୁ କ୍ଷେତ୍ର ସଂପ୍ରସାରଣ ଅଧିକାରୀ ଶିଶିର ସେଠୀ ଓ ଜିନୁ ସେଠୀ ପ୍ରସ୍ତାବିତ ଜେ ଏସ ଡ ବ୍ଲୁ ପ୍ରକଳ୍ପ ଅଞ୍ଚଳରେ ଥିବା ଗଛ ଗୁଡ଼ିକର ଅନୁଧ୍ୟାନ କରିଥିଲେ।

ଅପରପକ୍ଷରେ ଇଡକୋ ପକ୍ଷରୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା ବେଳେ ପାନବରଜ ଭଙ୍ଗା କାର୍ଯ୍ୟ ମଧ୍ୟ ଜାରି ରହିଛି। ପ୍ରସ୍ତାବିତ ଅଞ୍ଚଳରେ ୯୫୨ ଟି ପାନବରଜ ମାପଚୁପ କରାଯାଇଥିଲା ବେଳେ ୭୦୫ ଟି ପାନବରଜ ଭଙ୍ଗା ଯାଇଛି। ଏଥି ମଧ୍ୟରୁ ୫୯୦ ଜଣ ହିତାଧିକାରୀଙ୍କୁ ମୋଟ ୧୪ କୋଟି ୫୬ ଲକ୍ଷ ଟଙ୍କ  କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତେବେ ଢ଼ିଙ୍କିଆ ପଞ୍ଚାୟତର ପାଟଣା ଓ ଗୋବିନ୍ଦପୁର ଗାଁରେ ପାନବରଜ ଭଙ୍ଗା କାର୍ଯ୍ୟ ପ୍ରାୟ ଶେଷ ହୋଇ ଯାଇଥିଲା ବେଳେ ଢ଼ିଙ୍କିଆ ଓ ମାହାଳ ଗାଁରେ ବାକି କାର୍ଯ୍ୟ ଜାରି ରହିଛି।

LEAVE A REPLY

Please enter your comment!
Please enter your name here