Ganjam Smiles Back as 5T Secretary VK Pandian Keeps his Promise

0
550

By Our Correspondent

BHUBANESWAR/BERHAMPUR: The plan to rejuvenate, renovate and make it tourists attractive, was first taken when sitting 5T secretary VK Pandian was serving as Ganjam district collector, and with 5T initiative taking lead, things got final shape and  rejuvenated Maa Taratarini Temple, was dedicated by Chief Minister Naveen Patnaik on Wednesday.

Sources said, under the able guidance and timely intervention of Chief Minister Patnaik and regular field visits of 5T secretary, Pandian, renovation now turned a reality and entire Ganjam now recalling the promise made by their former Collector Pandian and guidance and love of Chief Minister Patnaik for his home turf.

ମା’ ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ମା’ଙ୍କ ମନ୍ଦିରର ନୂଆ ରୂପକୁ ଓଡ଼ିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବେ ଦର୍ଶାଇ ଏହାକୁ ସଫଳ କରିଥିବା ଶିଳ୍ପୀ ଓ କାରିଗରମାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଏହି ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ଋଷିକୂଲ୍ୟା ନଦୀ ତଟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ଠାରୁ ୩୦ କିଲୋମିଟର ଦୂରରେ ଋଶିକୂଲ୍ୟା ନଦୀ କୂଳରେ ମା ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ।  କୁମାରୀ ପାହାଡର ସର୍ବୋଚ୍ଚ ଶିଖରରେ ପୂଜା ପାଆନ୍ତି ଦୁଇ ଦେବୀ ମା ତାରା ଓ ତାରିଣୀ। ଏହି ପୀଠକୁ ଏକ ନୂଆ କଳେବର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଆଜି ସାକାର ହୋଇଛି।

ମୁଖ୍ୟମନ୍ତ୍ରୀ ଙ୍କ ସଚିବ  (5T) ଶ୍ରୀ ଭି କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ମନ୍ଦିର ରୂପାନ୍ତରର ଭୂମି  ପୂଜନ  କରାଯାଇଥିଲା. ପୂର୍ବରୁ ଭକ୍ତ ମାନେ ଅନେକ ପାହାଚ ଚଢି  ମା ଙ୍କ ଦର୍ଶନ  ପାଇଁ ଯାଉଥିଲେ  ଏବେ ropeway ସହ  ପୀଠକୁ  ସୁନ୍ଦର ରାସ୍ତା ମଧ୍ୟ ତିଆରି ହୋଇଛି.

ଏହି କାର୍ଯ୍ୟକ୍ରମ ରେ ଉଦବୋଧନ ଦେଇ  ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ  ଆରୁଖ  ତାରା ତାରିଣୀ ମନ୍ଦିର ର ରୂପାନ୍ତର କୁ 5T ରୂପାନ୍ତରଣ  କାର୍ଯ୍ୟକ୍ରମ ର ପ୍ରକୁଷ୍ଟ ଉଦାହରଣ ଭାବରେ  ବର୍ଣ୍ଣନା କରିଥିଲେ. କାର୍ଯ୍ୟକ୍ରମ ରେ  ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ବୃନ୍ଦ  ସାଂସଦ  ବିଧାୟକ ମୁଖ୍ୟ  ଶାସନ  ସଚିବ  ମୁଖ୍ୟମନ୍ତ୍ରୀ ଙ୍କ ସଚିବ  5T ଗଞ୍ଜାମ ଜିଲ୍ଲାପାଳ ଙ୍କ ସମେତ  ବହୁ  ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ .

ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ସୃଷ୍ଟି କରାଯାଇଛି। ପ୍ରସାଦ ସେବନ ଗୃହ, ଦୀପ ପ୍ରଜ୍ବଳନ ସ୍ଥାନ, ବାଖ୍ୟାନ କେନ୍ଦ୍ର, ମୁଣ୍ଡନ କେନ୍ଦ୍ର,  ବିଶ୍ରାମସ୍ଥଳ, ସେଣ୍ଟ୍ରାଲ ପ୍ଲାଜା ଓ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ଆଦି ନୂତନ ସୁବିଧା ସହିତ ସ୍ବଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି । ପାହାଚ ଶ୍ରେଣୀ, ରୋପ୍‌ ୱେ ଏବଂ ନୂତନ ସଡକ ସହିତ ଦ୍ବାରା ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାସହିତ ନଦୀ କୂଳ ସଡକକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି।  ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି ।

LEAVE A REPLY

Please enter your comment!
Please enter your name here