‘Future of Learning Collaborative’ organised by Anant National University, India’s first DesignX University

0
365

By Our Correspondent

BHUBANESWAR: ଦେଶରେ ପ୍ରଥମ ଥର ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆମେ ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହା ଆମ ଶିକ୍ଷା ଓ ଦକ୍ଷତା ବିକାଶର ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ମାର୍ଗ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗୁଜୁରାଟ ଅହମ୍ମଦବାଦ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ଅନନ୍ତ ଜାତୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ ସହ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କୁ ଭେଟିବା ପରେ ଆୟୋଜିତ ‘ଫ୍ୟୁଚର ଅଫ୍ ଲର୍ଣ୍ଣିଂ କୋଲାବରେଟିଭ୍ ଆଲୋଚନା ଚକ୍ର’ରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ହେବ ଜ୍ଞାନର ଶତାବ୍ଦୀ । ଏହି ଶତାବ୍ଦୀ, ଜ୍ଞାନ ମାଧ୍ୟମରେ ସଶକ୍ତ ହେବାର ଶତାବ୍ଦୀ । ଭାରତ ଜି-୨୦ର ଅଧ୍ୟକ୍ଷତା କରିବା ସମୟରେ ଏହି ବିଚାରବିମର୍ଷ ବିଶ୍ୱ ଆକାଂକ୍ଷା ଓ ଶିକ୍ଷାର ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ସହାୟକ ହେବ ।   

ଭାରତୀୟ ଜନଜୀବନ ଏବଂ ଜ୍ଞାନ ପରମ୍ପରା ‘ସମଗ୍ର’ ବିଷୟ ବସ୍ତୁ ଉପରେ ଆଧାରିତ । ଆଧୁନିକ ସମୟରେ ସାମଗ୍ରିକ ଚିନ୍ତନ ଭାରତୀୟ ପରମ୍ପରାର ଅଭିବ୍ୟକ୍ତି । ଡିଜାଇନ ଥିଙ୍କିଂ ଆଜି ଆମକୁ ଭାରତୀୟ ପରମ୍ପରା ମାଧ୍ୟମରେ ମାନବ କଲ୍ୟାଣକୁ ପୁର୍ନଜୀବିତ କରିବା ପାଇଁ ପୁଣି ଥରେ ସୁଯୋଗ ଦେଇଛି । ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଦ୍ୱାରା ଆମେ ଶହ ଶହ ଶତାବ୍ଦୀ ପୁରୁଣା ପରମ୍ପରା ‘ଆଇଡିଏଟ୍, କ୍ରିଏଟ୍ ଏବଂ ଟେଷ୍ଟ୍’ ସାହାଯ୍ୟରେ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ପୁନଃକଳ୍ପନା କରୁଛୁ । ଏହା ସହ ଶିକ୍ଷାକୁ ଅଭ୍ୟାସଗତ ଓ ମାନବ କେନ୍ଦ୍ରୀକ କରିବା । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା ଶତପ୍ରତିଶତ କ୍ରିୟାନ୍ୱୟନ ଶାସନ ବ୍ୟବସ୍ଥାରେ ଡିଜାଇନ ଥିଙ୍କିଂର ବଡ଼ ଉଦାହରଣ । ଏହି ଆଲୋଚନା ଚକ୍ର ଶିକ୍ଷାର ସାର୍ବଜନୀନ ଉଦ୍ଦେଶ୍ୟକୁ ଶିକ୍ଷା ଗ୍ରହଣ ଓ ଆର୍ଥିକ ବିକାଶର କେନ୍ଦ୍ରବିନ୍ଦୁ ହେବ  ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here