By Biswanath Dash
BHUBANESWAR: Ref: Balianata P.S. Case No-35, dtd.24.01.2023, U/S- 341/294/323/353/332/506 IPC. PO: Near Bhagabati Bridge, PS- Balianta, BBSR UPD.
Gist of the FIR:
ବାଲିଅନ୍ତା ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଭୁବନେଶ୍ବର ସହରାଞ୍ଚଳ ପୁଲିସ ବିଭାଗ ଅନ୍ତର୍ଗତ ବାଳକାଟୀ ଫାଣ୍ଡି ଅଧୀନରେ ମୁତୟନ ଥିବା ପିସିଆର-୩୩ରେ ଏସପିଓ ଭାବେ ନିଯୁକ୍ତ ଅଛନ୍ତି ।
ଗତକାଲି ଅପରାହ୍ନରେ ସେ ପେଟ୍ରୋଲିଂ ଡ୍ଯୁଟି ସମ୍ପାଦନ କରୁଥିବା ସମୟରେ ଫାଣ୍ଡି ଇନଚ୍ଚାର୍ଜଙ୍କ ନିକଟରୁ ସୂଚନା ପାଇ ଭଗବତୀ ପୋଲ ନିକଟକୁ ଯାଇଥିବା ବେଳେ OD-33-U-7566 ନମ୍ବର ବିଶିଷ୍ଟ ଏକ କାର ଏକ ଅଟୋକୁ ଧକା ଦେଇଥିବା ଦେଖିବାକୁ ପାଇଥିଲେ । ଅଟୋ ଡ୍ରାଇଭର ଜଣକ କାହିଁକି ଗାଡି ଧକା କଲେ ବୋଲି କାର ଡ୍ରାଇଭରଙ୍କୁ ପ୍ରଶ୍ନ ପଚାରିବାରୁ, କାର ଡ୍ରାଇଭର ଜଣକ ଅଟୋ ଡ୍ରାଇଭରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଲିମନ୍ଦ କରିବା ସହିତ ମାଡ ମାରିଥିଲେ । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଜନସାଧାରଣ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ନିମନ୍ତେ ଚେଷ୍ଟା କରିବାରୁ କାର ଡ୍ରାଇଭର ଜଣକ ସେମାନଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଲିମନ୍ଦ କରିଥିଲେ ଓ ନାନା ପ୍ରକାର ଧମକ ମଧ୍ୟ ଦେଇଥିଲେ । ଯେଉଁଥିପାଇଁ ଜନସାଧାରଣମାନେ କାର ଡ୍ରାଇଭରଙ୍କୁ ମାରଧର କରିବା ଲାଗି ଉଦ୍ୟମ କରିଥିଲେ । ଏହି ସୂଚନା ଆଧାରରେ ପିସିଆର-୩୩ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନତାଙ୍କ କବଳରୁ କାର ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ କାର ଡ୍ରାଇଭର ଜଣକ ପିସିଆର କର୍ମଚାରୀଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଲିମନ୍ଦ କରିବା ସହିତ ଅଭିଯୋଗକାରୀ ଜଣଙ୍କୁ ମାଡ ମାରିଥିଲେ ।
ନିମ୍ନୋକ୍ତ ଅଭିଯୁକ୍ତ ଜଣକ କାର ଡ୍ରାଇଭର ଅଟନ୍ତି । ପିସିଆରର କର୍ମଚାରୀ ମାନେ ବହୁ କଷ୍ଟରେ ଅଭିଯୁକ୍ତଙ୍କୁ ଉଦ୍ଧାର କରି ଗାଡି ମଧ୍ୟରେ ବସାଇ ବଳକଟୀ ଫାଣ୍ଡିକୁ ଆଣିବା ରାସ୍ତାରେ ପୁନର୍ବାର ଗାଲିମନ୍ଦ କରିବା ସହିତ ପିସିଆର ଭ୍ୟାନର ସିଟ କଭର ସବୁକୁ ଚିରି ପକାଇଥିଲେ । ଏହି ଘଟଣାକୁ ନେଇ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ବାଲିଅନ୍ତା ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ଉପରୋକ୍ତ ଘଟଣାକୁ ନେଇ ମଧ୍ୟ ଅଟୋ ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ବିରୋଧରେ ବାଲିଅନ୍ତା ଥାନା କେସ ନମ୍ବର-୩୪/୨୦୨୩ ରୁଜୁ କରାଯାଇଛି । ସୂଚନା ଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ବାଲିଅନ୍ତା ଥାନା କେସ ନମ୍ବର-୩୪/୨୦୨୩ରେ ରିମାଣ୍ଡରେ ନିଆଯାଇଛି ।
Name & Address of Accused person:
1. Pramod Kumar Panda @Babu (30), S/0- Nursingha Charan Panda of Village- Aroda, PO- Khadianta, PS- Patamundai, Dist- Kendrapada.