Dhauli PS Case No-170, two accused arrested

0
317

 By Our Correspondent

BHUBANESWAR:   Dhauli PS Case No-170, dtd.29.08.2023, U/S- 341/323/427/506/34/394 IPC R/w sec 25/27 Arms Act.PO: In front of Patitapabana Juba Pathagara, PS- Dhauli, Bhubaneswar UPD.

Gist of the Case:

ଧଉଳି ଥାନା ପୁଲିସ ଅଭିଯୋଗକାରୀ ସୌରଭ ନାୟକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା ୨୮.୦୮.୨୦୨୩ ରିଖ ରାତି ପ୍ରାୟ ୯.୩୦ ରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର କିଛି ସହଯୋଗୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧଉଳି ଥାନା ଅନ୍ତର୍ଗତ ପତିତପାବନ ଯୁବ ପାଠାଗାର ନିକଟକୁ ୩ଟି ମୋଟରସାଇକେଲରେ ସାଙ୍ଗରେ କିଛି ଖଣ୍ଡା ଓ ଲୁହ ରଡ ନେଇ ଆସିଥିଲେ । ଅଭିଯୁକ୍ତ ମାନେ ଘଟଣା ସ୍ଥଳରେ ରଖା ଯାଇଥିବା ମୋଟରସାଇକେଲ ଗୁଡିକୁ ଖଣ୍ଡାରେ ହାଣିବା ସହ ସେଠାରେ ଥିବା ଲୋକ ମାନଙ୍କୁ ଖଣ୍ଡା ଏବଂ ଲୁହା ରଡରେ ଗୋଡ଼ାଇ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ।

ଏହା ଦେଖି ଅଭିଯୋଗକାରୀଙ୍କ ସମେତ ଅନ୍ୟ ମାନେ ପତିତପାବନ ଯୁବ ପାଠାଗାର ଭିତରକୁ ଦୌଡି ଯାଇ କବାଟ ବନ୍ଦ କରୁଥିବା ସମୟରେ ଅଭିଯୁକ୍ତ ମାନେ ଅଭିଯୋଗକାରିଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କର ବେକରୁ ସୁନା ଚେନ ଲୁଟ କରି ନେଇଯାଇଥିଲେ ।

ନିଜ ଜୀବନ ବଞ୍ଚାଇବାକୁ ଯାଇ ଆକ୍ରମଣରୁ ବର୍ତ୍ତିବାକୁ ପାଇଁ ଦୌଡୁଥିବା ସମୟରେ ଅଭିଯୋଗକାରୀ ଚଟାଣରେ ପଡିଯାଇଥିଲେ ଏବଂ ଗଭୀର ଆଘାତ ପାଇଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନେ ପତିତପାବନ ଯୁବ ପାଠାଗାର ର କବାଟକୁ ବାରମ୍ବାର ଖଣ୍ଡାରେ ଚୋଟ ପକାଇଥିଲେ ଓ ଘଟଣା ସ୍ଥଳ ଛାଡିବା ପୂର୍ବରୁ ସେଠାରେ ଥିବା ଲୋକମାନଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ ।

ଏନେଇ ଧଉଳି ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ କରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ହେପାଜତରୁ ୨ଟି ଖଣ୍ଡା ଜବତ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ମାନେ  ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କର ଅପରାଧିକ ପୃଷ୍ଠଭୂମି ଯାଞ୍ଚ ବେଳେ ସେମାନେ ଭୁବନେଶ୍ବର ବିଭିନ୍ନ ଥାନା ମାନଙ୍କରେ ଅନେକ ଗୁଡିଏ ଅପରାଧିକ ମାମଲାରେ ଜଡ଼ିତ ଅଛନ୍ତି ।

ଏହି ମାମଲାର ତଦନ୍ତ ଜାରି ରହିଥିବା ସ୍ଥଳେ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଚେଷ୍ଠା ଜାରି ରହିଛି ।

Name and Address of Accused Persons:

1.         Gopinath Rout @ Gopi (21), S/o- Ashok Kumar Rout, Panabaraja Sahi, Chintamaniswar PS- Laxmisagar, Dist- Khordha and,

2.         Om Prakash Mohanty @ Om (19), S/o- Bijay Kumar Mahanty, Plot No- 12/2, 2nd floot, Mahisa Khal Basti, PS- Badagada, Dist- Khordha.

Seizure:2 nos of Sword

LEAVE A REPLY

Please enter your comment!
Please enter your name here