Dhauli PS Case No-018, accused arrested

0
384

By Biswanath Dash

BHUBANESWAR:   Dhauli PS Case No.018, dtd.07.02.2023, U/S- 420/506 IPC.PO: In front of Odiani Hotel, Cuttack-puri bypass road, PS- Dhauli, BBSR UPD.

Gist of the Case:

ଗତ ତା ୦୭.୦୨.୨୦୨୩ ରିଖରେ ଅଭିଯୋଗକାରୀ ବିଭୁ ପ୍ରସାଦ ଜେନାଙ୍କ ଅଭିଯୋଗ ଭିତ୍ତିରେ ଧଉଳି ଥାନା ପୁଲିସ ତଦନ୍ତ କରି ଆଜି ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଭୁପ୍ରସାଦ କଟକ-ପୁରୀ ବାଇପାସ ରୋଡ଼ରେ ଥିବା ଓଡିଆଣୀ ହୋଟେଲ ସାମ୍ନାରେ ଗୋଟିଏ ଘର ତିଆରି କରିବାକୁ ଚାହୁଁଥିଲେ । ଏହି ସମୟରେ ଅଭିଯୁକ୍ତ ଲକ୍ଷ୍ମୀଧର ନିଜକୁ ଜଣେ ବ୍ରୋକର ପରିଚୟ ଦେଇ ବିଭୁପ୍ରସାଦଙ୍କ ସମ୍ପର୍କ ରେ ଆସିଥିଲେ ଏବଂ ତାଙ୍କୁ ଗୃହ ନିର୍ମାଣ ସାମଗ୍ର୍ୟ ଯଥା ଲୁହ ଓ ଷ୍ଟିଲ ଛଡ ଆବଶ୍ୟକ ସ୍ଥଳେ ଯୋଗାଇ ଦେବାର ଆଶାଶ୍ଵନା ଦେଇଥିଲେ ।

ଏଥିରେ ବିଭୁପ୍ରସାଦ ଅଭିଯୁକ୍ତ ଲକ୍ଷ୍ମୀଧରଙ୍କୁ ବିଶ୍ବାସ କରି ବିଭିନ୍ନ ମାଧ୍ୟମରେ ୧୨,୦୦୦୦୦/-ଟଙ୍କା ଅଗ୍ରୀମ ବାବଦକୁ ଦେଇଥିଲେ । ଟଙ୍କା ନେବା ପରେ ଅଭିଯୁକ୍ତ ଲକ୍ଷ୍ମୀଧର ଦିନ ଗଡାଇବା ସହ କୌଣସି ଗୃହ ନିର୍ମାଣ ସାମଗ୍ରୀ ଯୋଗାଇ ଯୋଗାଇ ନଥିଲେ । ବିଭୁପ୍ରସାଦ ଏନେଇ ଅଭିଯୁକ୍ତ ଲକ୍ଷ୍ମୀଧରଙ୍କୁ ଟଙ୍କା ମାଗିବାରୁ ସେ ତାଙ୍କୁ ଧମକ ଦେବା ସହ ଟଙ୍କା ଫେରସ୍ତ କରିବେ ନହିଁ ବୋଲି ସିଧା ସିଧା ମନା କରିଦେଇଥିଲେ। ବିଭୁପ୍ରସାଦ ଧଉଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଆଜି ଅଭିଯୁକ୍ତ ଲକ୍ଷ୍ମୀଧରକୁ ଗିରଫ କରି ଥାନା କୁ ଆଣିଥିଲେ । ପଚରା ଉଚରା ବେଳେ ଲକ୍ଷ୍ମୀଧର ନିଜର ଅପରାଧ ସ୍ଵୀକାର କରିଥିଲେ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Laxmidhar Malla (41), S/o- Dwijabar Malla, of Vill- Jajanga, PO- Katara, PS- Tirtol, Dist- Jagatsinghpur.

LEAVE A REPLY

Please enter your comment!
Please enter your name here