Dharmendra Pradhan address the 121st Annual General Meeting of Bharat Chamber of Commerce

0
546

By Correspondent

BHUBANESWAR/KOLKATA: ଏକବିଂଶ ଶତାବ୍ଦୀରେ ସମସ୍ତଙ୍କ ଦାୟିତ୍ୱ ବଢିଥିବା ବେଳେ ଆମର ଯୁବକ ମାନେ ନିଯୁକ୍ତି ଖୋଜିବା ପରିବର୍ତ୍ତେ ନିଯୁକ୍ତି ଦାତା ହୁଅନ୍ତୁ । ନିଜ ଉଦ୍ୟମରେ ନିଯୁକ୍ତି ଦେବା ଭଳି ଏକ ବାତାବରଣ ତିଆରି କରନ୍ତୁ । ଏଥିପାଇଁ କେବଳ ଯୁବପିଢି ନୁହେଁ ବରଂ ସମାଜର ମଧ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପଶ୍ଚିମବଙ୍ଗର କୋଲକାତା ଠାରେ ରବିବାର ଭାରତ ଚାମ୍ବର ଅଫ୍ କମର୍ସର ୧୨୧ତମ ବାର୍ଷିକ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି)ରେ ବାଲବାଟିକା ତଥା ଶିକ୍ଷାକୁ କୌଶଳ ବିକାଶ ଏବଂ ଭୋକେସନାଲ ଟ୍ରେନିଂ ସହ ଯୋଡ଼ିବାର ବ୍ୟବସ୍ଥା ରହିଛି । ସୃଜନଶୀଳ ଚିନ୍ତାଧାରା, ଯୁକ୍ତିଯୁକ୍ତ ବିଚାର ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ୩ ରୁ ୮ ବର୍ଷ ବୟସର ପିଲାମାନଙ୍କ ପାଇଁ ପ୍ରାଥମିକ ସୋପାନରେ ମାତୃଭାଷାରେ ପାଠପଢ଼ାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପ୍ରଣୟନ ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ପିଲା ମାନଙ୍କ ପାଇଁ ଷଷ୍ଠ ଶ୍ରେଣୀରୁ ହିଁ ପାଠ୍ୟକ୍ରମରେ ଧନ୍ଦାମୂଳକ ଶିକ୍ଷା ତଥା ଭୋକେସନାଲ ଏଜ୍ୟୁକେସନକୁ ବାଧ୍ୟତାମୂଳକ କରାଯାଇଛି । ଯୁବକଙ୍କ ରୋଜଗାର କ୍ଷମତା ବଢ଼ାଇବା ସହ ସେମାନଙ୍କୁ ଏକବିଂଶ ତାବ୍ଦୀରେ କୁଶଳ କରିବା ପାଇଁ ନୂଆ ଶିକ୍ଷା ନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏନଇପି ଏକାଡ଼େମିଆ, ଶିଳ୍ପ, ନୀତି ନିର୍ଦ୍ଧାରକ ଏବଂ ସମାଜକୁ ଏକତ୍ରିତ କରିବାରେ କରିବାରେ ସହାୟକ ହେବ । ଅଧିକରୁ ଅଧିକ ଫଳ ପାଇବା ପାଇଁ ଏହି ଚାରୋଟି ସ୍ତମ୍ଭକୁ ଏକ ସାଥିରେ ପ୍ରୟାସ କରାଯିବା ଦରକାର ।

ଆଜି ଭାରତ ଦ୍ରୁତ ଗତିରେ ବଢ଼ୁଅଛି ଏବଂ ଏକ ପ୍ରମୁଖ ରାଷ୍ଟ୍ ଭାବରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରୁଛି । ସାମଞ୍ଜସ୍ୟ, ମୁଦ୍ରାସ୍ଫୀତି ଏବଂ କରୋନା ସମୟରେ ଉତ୍ପନ୍ନ ଆର୍ôଥକ ଚ୍ୟାଲେଞ୍ଜ ଗୁଡ଼ିକୁ ପ୍ରଭାବଶାଳୀ ଭାବେ ସମାଧାନ ବାହାର କରିବା, ଜଳବାୟୁ ପରିବର୍ତନ ଏବଂ ବୈଶ୍ୱିକ ଚ୍ୟାଲେଞ୍ଜକୁ ସାମ୍ନା କରିବାରେ ଭାରତ ଅନେକ ବେଂଚମାର୍କ ପ୍ରତିଷ୍ଠା କରିଛି । କରୋନା ସମୟରେ ଅସହାୟଙ୍କ ପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବରଦାନ ସାବ୍ୟସ୍ତ ହୋଇଥିଲା । ପିଏମ ଗତିଶକ୍ତି ଭଳି ପ୍ରଚେଷ୍ଟାରୁ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱର ପୂର୍ବ ଭାରତ ପୂର୍ବୋଦୟର ଏକ ଅଂଶ ହୋଇଛି । ଭାରତବର୍ଷରେ ୧୩୫ କୋଟି ଜନସଂଖ୍ୟାରୁ ପୂର୍ବ ଭାରତରେ ପ୍ରାୟ ୩୭ କୋଟି ଲୋକ ବସବାସ କରୁଛନ୍ତି । ଏହା ଦେଶର ପ୍ରାୟ ୫୦ ପ୍ରତିଶତ କାର୍ଯ୍ୟବଳ ।

ଡେମୋଗ୍ରାଫିକ୍ ଡିଭାଇଡ଼େଣ୍ଡ୍ ଏବଂ ସନ୍ତୁଳିତ ଆର୍ଥିକ ବିକାଶ ପାଇଁ ପୂର୍ବ ଭାରତର କୁଶଳ କାର୍ଯ୍ୟବଳକୁ ଏବଂ ଦେଶର ୩ରୁ ୨୩ ବର୍ଷର ପ୍ରାୟ ୫୩ କୋଟି ଜନସଂଖ୍ୟାକୁ ଚାକିରି ଭିତିକ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ସହ ଯୋଡ଼ିବା ଆମ ସମସ୍ତଙ୍କ ପ୍ରାଥମିକ ଦାୟିତ୍ୱ । ନିଜର ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱ ସମସ୍ୟାର ସମାଧାନ ପାଇଁ ବୈଶ୍ୱିକ ମାନବ ସମ୍ବଳ ପ୍ରସ୍ତୁତ କରିବା ମୋଦି ସରକାରଙ୍କ ପ୍ରାଥମିକତା । ଭାରତକୁ ଏକ ଜ୍ଞାନ ଆଧାରିତ ଅର୍ଥ ବ୍ୟବସ୍ଥା ରୂପରେ ସ୍ଥାପିତ କରିବାରେ ସରକାରଙ୍କ ସହ ଭାରତ ଚାମ୍ବର ଅଫ୍ କମର୍ସ ଭଳି ପୁରାତନ ଏବଂ ଅଗ୍ରଣୀ ବ୍ୟାବସାୟିକ ସଂଗଠନର ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ରହିଛି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭାରତ ଚାମ୍ବର ଅଫ କମର୍ସର ସଦସ୍ୟ, ପୂର୍ବ ଭାରତର ଉଦ୍ୟୋଗୀ, ବ୍ୟବସାୟୀ, ଯୁବକ ଯୁବତୀ ଏବଂ ବରେଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here